www.samajalive.in
Sunday, December 7, 2025
23.1 C
Bhubaneswar

ଖଡିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ୟୁଜିସି ଟିମର ପରିଦର୍ଶନ

ଖଡିଆଳ : ନୂଆପଡା ଜିଲା ଖଡିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ୟୁଜିସି ପିଅର୍‍ ଟିମ ୨ ଦିନିଆ ଗସ୍ତରେ ଆସି ପରିଦର୍ଶନ କରିଛନ୍ତି। ସ୍ୱୟଂଶାସିତ ମାନ୍ୟତାର ସଂପ୍ରସାରଣ ପାଇଁ ୬ ଜଣିଆ ଟିମର ଚେୟାରମ୍ୟାନ ଭାବରେ ଏମଡି ବିଶ୍ୱ ବିଦ୍ୟାଳୟ ରୋତକ୍‍ର ପୂର୍ବତନ କୁଳପତି ପ୍ରଫେସର ବି.କେ.ପୁନିଆ, ଜଙ୍ଗଲ ଓ ବନ୍ୟପ୍ରାଣୀ ବିଭାଗ ପ୍ରଫେସର ଏସ.ଏସ. ସିଂହ, ଗୁରୁ ଘାସିଦାସ ବିଶ୍ୱ ବିଦ୍ୟାଳୟ ବିଲାସପୁରର ଡଃ ଦେବେନ୍ଦ୍ରନାଥ ବର୍ମା, ରାୟପୁର ସରକାରୀ ନାଗାର୍ଜୁନ ପିଜି ବିଶ୍ୱ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସଞ୍ଜନ କୁମାର ସାହୁ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ପ୍ରତିନିଧି ପି. ଗୁରୁ, ରାଜ୍ୟ ସରକାରଙ୍କ ପ୍ରତିନିଧି ଡଃ ନରେଶ କୁମାର ଶର୍ମା ୟୁଜିସି ଅଣ୍ଡର ସେକ୍ରେଟାରୀ ଭାବରେ ମହାବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷା ଅନୁପମା ପାଢୀଙ୍କ ନେତୃତ୍ୱରେ ସମସ୍ତ ବିବରଣୀ ଅବଗତ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ମହାବିଦ୍ୟାଳୟର ସମସ୍ତ ବିଭାଗ ପରିଦର୍ଶନ, ସମସ୍ତ କର୍ମଚାରୀଙ୍କ ସହ ସାକ୍ଷାତକାର କରିଥିଲେ। ଏଥିରେ ଲାଇବ୍ରେରୀ, ଲାବୋରେଟରୀ, ଜିମ୍‍, ହଷ୍ଟେଲ, ପାଠାଗାର ପ୍ରଭୃତି ପରିଦର୍ଶନ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ମହାବିଦ୍ୟାଳୟର ସମସ୍ତ ନଥିପତ୍ର ତଦାରଖ କରିଥିଲେ। ଏହି ପରିଦର୍ଶନ ବେଳେ କଲେଜର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ଥିଲେ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories