www.samajalive.in
Monday, December 15, 2025
24.1 C
Bhubaneswar

ନିର୍ବାଚନ ଆୟୋଗ ସରକାରଙ୍କ ‘ମିଷ୍ଟ୍ରେସ୍‍’ : ଉଦ୍ଧବ ଠାକ୍‍ରେ

ମୁମ୍ବଇ : ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‍ରେ ବିଜେପି ଓ ନିର୍ବାଚନ ଆୟୋଗଙ୍କୁ ଅତି କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବିଜେପି ‘ଏକଚ୍ଛତ୍ରବାଦୀ ମାନସିକତା’ ନେଇ କାର୍ଯ୍ୟ କରୁଛି ଓ ଇଲେକ୍‍ଟ୍ରୋନିକ ଭୋଟିଂ ମେସିନ୍‍କୁ(ଇଭିଏମ୍‍) ନିଜ ଉଦ୍ଦେଶ୍ୟ ସାଧନ ପାଇଁ ବ୍ୟବହାର କରୁଛି ବୋଲି ଉଦ୍ଧବ ଅଭିଯୋଗ କରିଛନ୍ତି। ଇଭିଏମ୍‍ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଧ୍ୱଂସ କରି ଦେଇଥିବା ସେ କହିଛନ୍ତି। ଏଥିସହିତ ବର୍ତ୍ତମାନ ଯିଏ କ୍ଷମତାରେ ଅଛନ୍ତି ନିର୍ବାଚନ ଆୟୋଗ ତାଙ୍କର ‘ସଖୀ କଣ୍ଢେଇ’ (ମିଷ୍ଟ୍ରେସ୍‍) ଭଳି କାର୍ଯ୍ୟ କରୁଛନ୍ତି ବୋଲି ଉଦ୍ଧବ ଅଭିଯୋଗ କରିଛନ୍ତି। ଏହା ଗଣତନ୍ତ୍ର ପାଇଁ ବିପଜ୍ଜନକ। ଏମିତି ହେଲେ ଭାରତ ଆଉ ବିଶ୍ୱର ସର୍ବବୃହତ୍‍ ଗଣତନ୍ତ୍ର ଭାବେ ମାନ୍ୟତା ହରାଇବ ବୋଲି ସେ ଦର୍ଶାଇଛନ୍ତି। ଶିବସେନାର ମୁଖପତ୍ର ‘ସାମ୍‍ନା’ର ସମ୍ପାଦକୀୟରେ ସେ ନିର୍ବାଚନ ଆୟୋଗ, ଗଣତନ୍ତ୍ର ଓ ନିର୍ବାଚନକୁ ନେଇ ଏଭଳି ମତ ରଖିଥିଲାବେଳେ ବିଜେପିକୁ ସମାଲୋଚନା କରିଛନ୍ତି। କେବଳ ସେତିକି ନୁହେଁ; ବର୍ତ୍ତମାନର ନିର୍ବାଚନ ଆୟୋଗ ବିଜେପି ସରକାରର ‘ଭୃତ୍ୟ’ ଭଳି କାର୍ଯ୍ୟ କରୁଛନ୍ତି। ତାଙ୍କ ନିକଟରେ ନିର୍ବାଚନ ଅନିୟମିତତା ସମ୍ପର୍କରେ ଅଭିଯୋଗ କଲେ କିଛି ସୁଫଳ ମିଳୁ ନାହିଁ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories