ଉଦୟପୁରରେ କାଳୀ ପୂଜା
ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ଉଦୟପୁର ଠାରେ ଆଜକୁ ତିନି ଦିନ ହେଲା କାଳୀ ପୂଜା ଧୂମଧାମରେ ପାଳିତ ହେଉଛି। ଗ୍ରାମାଞ୍ଚଳ ହୋଇଥିବାରୁ ଗ୍ରାମର ଲୋକ ମାନେ ପୂଜା ଦେଖିବା ସହିତ ମେଲୋଡିର ମଜା ନେଉଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ଲୋକ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଉଛି। ଗତ କିଛି ବର୍ଷ ହେଲା ଉଦୟପୁର ଗ୍ରାମର କିଛି ଉଦୀୟମାନ ଯୁବକ ମା’ କାଳୀ ପୂଜା କମିଟି ନାମରେ ଏକ କମିଟି ଗଠନ କରି ପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରୁଥିବାରୁ ପୁଜାରେ ବେଶ୍ ଜନ ସମାଗମ ହୋଇ ପାରୁଛି । ପ୍ରବୀର ରାଉତ, ରିପୁନ ବିଶ୍ଵାଳ, ସୁଚିତ୍ରା ସିଂହ, ଶମ୍ଭୁ ନାଥ ସାହୁ, ଧର୍ମାନନ୍ଦ ସାହୁ ପ୍ରମୁଖ କମିଟି ର ସଦସ୍ୟ ମାନେ ପୁଜା ଓ ମେଲୋଡିକୁ ଶୃଙ୍ଖଳାର ସହ ପରିଚାଳନା କରୁଛନ୍ତି ।
Comments are closed.