www.samajalive.in
Monday, December 15, 2025
24.1 C
Bhubaneswar

ସାଂସଦଙ୍କ ଜନ ଶୁଣାଣି ଶିବିରରେ ୨ ହଜାର ଅଭିଯୋଗ ପଞ୍ଜୀକୃତ

ଆଠଗଡ: ଆଠଗଡରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସାପୁଆ ସେତୁ ନିକଟ ବିଜେପି କାର୍ଯ୍ୟାଳୟରେ ଦିବା ୧୧ଟାରୁ ଆରମ୍ଭ ହୋଇଥିବା ଏହି ଶିବିରରେ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ସମସ୍ତେ ଟିଭିରେ ଦେଖିଥିଲେ । ପରେ ପରେ ଆଠଗଡ ନିର୍ବାଚନ ମଣ୍ତଳୀର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣ ନିଜର ଅଭିଯୋଗ ଲିଖିତ ଭାବରେ ସାଂସଦଙ୍କୁ ଜଣାଇଥିଲେ। ମୋଟ ପ୍ରାୟ ୨ ହଜାର ଅଭିଯୋଗ ପଞ୍ଜୀକରଣ ହୋଇଥିଲା । ସାମୁହିକ ଅଭିଯୋଗ ମଧ୍ୟରେ ଆଠଗଡ ଉପଖଣ୍ଡ ଚିକିତ୍ସାଳୟର ଜମି ଚିହ୍ନଟ, ପରିମଳ, ଆବଶ୍ୟକ ଡାକ୍ତର ନିଯୁକ୍ତି, ଧବଳେଶ୍ବର ଝୁଲା ପୋଲର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ, ଚାନ୍ଦବାଲି ଛକଠାରୁ ଧବଳେଶ୍ବର ପର୍ଯ୍ୟନ୍ତ ରାସ୍ତାର ନବୀକରଣ ତୁରନ୍ତ ଶେଷ କରିବା ଓ ଅନ୍ୟାନ୍ୟ ସାମୁହିକ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବାକୁ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ନୂତନ ରାସନ କାର୍ଡ, ଘରଡିହ, ଜମିହୀନ ବ୍ୟକ୍ତିଙ୍କୁ ଜମି ଆବଣ୍ଟନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଉପେକ୍ଷା କରାଯାଇଥିବାରୁ ତୁରନ୍ତ ଯୋଗ୍ୟ ହିତାଧିକାରୀମାନଙ୍କ ଚିହ୍ନଟ କରି ଘର ଯୋଗାଇବା, ପାନୀୟଜଳ, ଗ୍ରାମ୍ୟ ରାସ୍ତାର ଦୁରବସ୍ଥା, ଦିବ୍ୟାଙ୍ଗ ଭତ୍ତା ପ୍ରଦାନ ଭଳି ବହୁ ଲିଖିତ ଅଭିଯୋଗ ସାଂସଦଙ୍କୁ ପ୍ରଦାନ କରାଯାଇଥିଲା। ଏ ବିଷୟରେ ସାଂସଦ ନିଜ ପ୍ରତିକ୍ରିୟାରେ କହିଥିଲେ, ସମସ୍ୟା ରହିବ, ଦିନକୁ ଦିନ ନୂତନ ସମସ୍ୟା ସୃଷ୍ଟି ହେବ, ତାର ସମାଧାନ ପାଇଁ ଯଦି ଉଦ୍ୟମ ନ କରାଯାଏ ତେବେ ସେଗୁଡିକ ଜମାଟ ବାନ୍ଧି ଯିବ। ବହୁ ଦିନର ପୁରୁଣା ସମସ୍ୟା ଦୃଷ୍ଟିକୁ ଆସିଛି। ଆଠଗଡ ନିର୍ବାଚନମଣ୍ଡଳୀରେ ଦୀର୍ଘ ଦିନ ଧରି ବହୁ ଦିବ୍ୟାଙ୍ଗ ସରକାରୀ ସୁବିଧା ପାଇ ନ ଥିବା ଦେଖି ସାଂସଦ ଆଶ୍ଚର୍ଯ୍ୟ ହେବା ସହ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ବୋଲି କହିଥିଲେ । ଆସିଥିବା ଅଭିଯୋଗ ଗୁଡିକର ପର୍ଯ୍ୟାୟ କ୍ରମେ ସମାଧାନ କରାଯିବ ବୋଲି ସାଂସଦ ପ୍ରକାଶ କରିଛନ୍ତି। ଏହି ଜନ ଶୁଣାଣି ଶିବିରରେ ବିଜେପି ବିଧାୟକ ପ୍ରାର୍ଥୀ ଅଭୟ କୁମାର ବାରିକ ଓ କଟକ ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତିଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories