ଜି.ଉଦୟଗିରି: ଆଜି ଜନ୍ମାଷ୍ଟମୀ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସ୍ଥାନୀୟ ପୁଲିସ ପକ୍ଷରୁ ବିଭିନ୍ନ ଗ୍ରାମରେ ଫ୍ଳାଗମାର୍ଚ୍ଚ କରାଯାଇଥିବା ବେଳେ ପାଟ୍ରୋଲିଂ କଡାକଡି କରାଯାଉଛି। ତେବେ କନ୍ଧମାଳ ଦଙ୍ଗାକୁ ନେଇ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ମିଥ୍ୟା ଗୁଜବକୁ ପୂର୍ବରୁ ପ୍ରଶାସନ ପକ୍ଷରୁ ଶାନ୍ତି ବୈଠକ ମାଧ୍ୟମରେ ଭୟ ଶୁନ୍ୟ ହେବା ନେଇ ଲୋକଙ୍କୁ ସଚେତନ କରାଯାଇଛି। ଆଜି ଅଞ୍ଚଳରେ ଥିବା ଚର୍ଚ୍ଚ ସମ୍ମୁଖରେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଛି। ଏଥିସହିତ ପୁଲିସ ପାଟ୍ରୋଲିଂ ଗାଡି ମଧ୍ୟ ବିଭିନ୍ନ ଅଞ୍ଚଳରେ ପଇଁତରା ମାରୁଛି। ରବିବାର ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ପ୍ରାର୍ଥନା ପାଇଁ ଚର୍ଚ୍ଚକୁ ଆସିଥିବାରୁ ଚର୍ଚ୍ଚ ନିକଟରେ ସେମାନଙ୍କ ସୁରକ୍ଷା ନେଇ ପୁଲିସ ମୁତୟନ କରାଯାଇଥିଲା।



