www.samajalive.in
Monday, December 15, 2025
24.1 C
Bhubaneswar

୨ଟି ନୂଆ ପ୍ରଜାତିର ଆମ୍ଫିପଡ୍ ଆବିଷ୍କାର, କୁଳପତିଙ୍କ ନାମ ଅନୁସାରେ ହେଲା ନାମକରଣ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗ ଏବଂ ଗୁଜରାଟ ବିଶ୍ଵବିଦ୍ୟାଳୟର ଗବେଷକଙ୍କ ମିଳିତ ଉଦ୍ୟମରେ ଦୁଇଟି ନୂଆ ପ୍ରଜାତିର ଆମ୍ଫିପଡ୍ ଆବିଷ୍କାର କରାଯାଇଛି। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗର ଗବେଷକମାନଙ୍କ ଦ୍ୱାରା ଚିଲିକା ନିକଟ ରମ୍ଭା ଅଂଚଳରୁ ଗତ ୨୦୨୪ ଜାନୁଆରୀରେ ଏହି ପ୍ରଜାତିର ଆମ୍ଫିପଡ୍ ସଂଗ୍ରହ କରାଯାଇଥିଲା। ସେହିପରି ଏହି ପ୍ରଜାତିର ଆମ୍ଫିପଡ ଗୁଜରାଟର ଖମ୍ଭାଟ ଉପସାଗରରୁ ୨୦୨୪ ମାର୍ଚ୍ଚରେ ସଂଗ୍ରହ ହୋଇଥିଲା। ଏହାକୁ ଉଭୟ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ପରେ ଉଭୟ ପ୍ରତିଷ୍ଠାନ ତଥ୍ୟକୁ ଆଦାନ ପ୍ରଦାନ କରିବା ସହ ପରୀକ୍ଷା ନିରୀକ୍ଷା କରିଥିଲେ। ଉଭୟଙ୍କ ପରୀକ୍ଷା ନିରୀକ୍ଷା ତଥ୍ୟକୁ ଅଧିକ ତଥ୍ୟ ଜାଣିବା ପାଇଁ ଆୟରଲାଣ୍ଡ ୟୁନିଭରସିଟିର ପ୍ରସିଦ୍ଧ ବୈଜ୍ଞାନିକ ପ୍ରଫେସର ଆଲ୍ଲାନ ମାୟର୍ସଙ୍କୁ ପ୍ରଦାନ କରାଯାଇଥିଲା। ବୈଜ୍ଞାନିକ ଆଲ୍ଲାନ ଏହା ଉପରେ ଅଧିକ ଗବେଷଣା କରି ତଥ୍ୟ ସଂଗ୍ରହ କରିବା ପରେ ଏହି ପ୍ରଜାତିର ଭିନ୍ନ ଦୁଇଟି ପ୍ରଜାତିର ବୋଲି ଦର୍ଶାଇ ଥିଲେ। ପରେ ଏହି ଦୁଇଟି ନୂତନ ପ୍ରଜାତିର ହୋଇଥିବାରୁ ଅନ୍ତର୍ଜାତୀୟ ଜୁଟାକ୍ସା ପତ୍ରିକାରେ ଚଳିତ ମାସ ୩ ତାରିଖରେ ସ୍ଥାନିତ ପାଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗର ପରୀକ୍ଷା ଗାରରେ ଡ଼.ଶେଷଦେବ ପାତ୍ର, ଡ଼.ଗୀତାଞ୍ଜଳି ଭୋଇ ଓ ଆର୍. କିରଣ କୁମାର ରହି ପରୀକ୍ଷା ନିରୀକ୍ଷା କରିଥିଲେ ଯେ, ଏହାର ଲମ୍ବ ୫.୫ରୁ ୬ ମିମି ରହିଥାଏ। ଏମାନଙ୍କୁ ଛୋଟ ଛୋଟ ମାଛ ଓ ପକ୍ଷୀ ଖାଦ୍ୟ ଭାବେ ଖାଆନ୍ତି। ଏମାନଙ୍କ ରଙ୍ଗ ମାଟିଆ ଓ ଧଳା ହୋଇଥିବା ବେଳେ ୧୪ ହଳ ଗୋଡ଼ ରହିଥାଏ। ଏମାନେ ଲୁଣି ପାଣି କୁଳିଆ ଅଞ୍ଚଳରେ ରହିବା ସହ ସମୁଦ୍ରର ଗଭୀର ସ୍ଥାନରେ ରୁହନ୍ତି। ଅଧିକରୁ ଅଧିକ ଗବେଷଣା ଓ ପରୀକ୍ଷା ନିରୀକ୍ଷା କରାଯିବା ସହ ଏହାର ନାମକରଣ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ନାମ ଅନୁସାରେ କରାଯାଇଛି। ଏହି ପ୍ରଜାତିର ନାମ ‘ଗ୍ରାଣ୍ଡିଡିଏଲ୍ଲା ଗୀତାଞ୍ଜଲାଇ’ ରଖାଯାଇଛି।

କୁଳପତି ଦାଶଙ୍କ ପକ୍ଷରୁ ସିଡଫଣ୍ଡ ଗ୍ରାଣ୍ଟ ଆନୁକୁଲ୍ୟରେ ଅନୁଦାନ ଦିଆଯାଇଥିବା ଏବଂ ବିଭାଗ ପକ୍ଷରୁ ପ୍ରଥମ ଗବେଷଣା ଆରମ୍ଭ କରାଯାଇଥିବାରୁ ଏହାର ନାମକରଣ ‘ଗ୍ରାଣ୍ଡିଡ଼ିଏଲ୍ଲା ଗୀତାଞ୍ଜଲାଇ’  ରଖାଯାଇଥିବା ବିଭାଗର ଡ଼.ଶେଷଦେବ ପାତ୍ର ସୂଚନା ଦେଇଛନ୍ତି। ଏହି ପ୍ରଜାତିକୁ ଗୁଜରାଟର ହେମଚନ୍ଦ୍ରାଚାର୍ଯ୍ୟ, ଉତ୍ତର ଗୁଜରାଟ ବିଶ୍ୱବିଦ୍ୟାଳୟର ଡ. ଜିଗ୍ନେଶ କୁମାର, ଏନ୍. ତ୍ରିବେଦୀ ଓ ଡ଼.ଡିମ୍ପଲ୍ ଠାକର ପରୀକ୍ଷା ନିରୀକ୍ଷା କରିଥିଲେ। ଗୁଜୁରାଟର ଖମ୍ଭାଟ ଉପକୂଳରୁ ମିଳିଥିବାରୁ ଏହାର ନାମ କରଣ ‘ଗ୍ରାଣ୍ଡିଡ଼ିଏଲ୍ଲା ଖାମ୍ଭୋଟେନସିସ’ ରଖାଯାଇଛି। ବିଶ୍ଵବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗ ପୂର୍ବରୁ ୫ଟି ଆମ୍ଫିପଡ୍ ଆବିଷ୍କାର କରିଥିବା ବେଳେ ଏହି ଦୁଇଟି ମିଶାଇ ୭ଟି ଆମ୍ଫିପଡ୍ ଆବିଷ୍କାର କରିଥିବା ଡ଼.ପାତ୍ର କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories