www.samajalive.in
Tuesday, December 9, 2025
15.1 C
Bhubaneswar

ଏତେ ଟଙ୍କା କମିଲା ଟିଭିଏସ୍ ରୋନିନ୍ ଦାମ୍, ଜାଣନ୍ତୁ..

ନୂଆଦିଲ୍ଲୀ : ଭାରତର ଦୁଇଚକିଆ ଯାନ ନିର୍ମାତା କମ୍ପାନୀ ଟିଭିଏସ୍ ନିଜର କିଛି ବଛା ବଛା ବାଇକରେ ରିହାତି ଦେଉଛି । ଏବେ କମ୍ପାନୀ ନିୟୋ-ରେଟ୍ରୋ ରୋଡଷ୍ଟର ଟିଭିଏସ୍ ରୋନିନ୍ ୨୨୫  ମୋଟରସାଇକେଲର ଦାମରେ ବଡ ଧରଣର ହ୍ରାସ କରିଛି । ଏହା ପୂର୍ବରୁ କମ୍ପାନୀ ରାଇଡର ୧୨୫ ଦାମରେ ୧୩ ହଜାର ଟଙ୍କାର ରିହାତି ଘୋଷଣା କରିଥିଲା । ଭେରିଆଣ୍ଟ ଅନୁସାରେ ଏହି ଦାମ୍ ଭିନ୍ନ ଭିନ୍ନ ରହିଛି । ଏହାର ବେସ୍ ଭେରିଏଣ୍ଟର ଦାମ୍ ୧.୩୫ ଲକ୍ଷ ଟଙ୍କା(ଏକ୍ସ ଶୋରୁମ୍)ରୁ ଆରମ୍ଭ ହୋଇଥାଏ । ରୋନିନ୍ ଏସଏସ୍ ଏବେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଯାଇଛି ।

ବେସ୍ ରୋନିନ୍ ଏସଏସ୍ ଓ ରୋନିନ୍ ଡିଏସ୍ ମଧ୍ୟରେ ପୂର୍ବରୁ ୭୫୦୦ ଟଙ୍କାର ଦାମରେ ଫରକ ଥିଲା । ଏବେ ଏସଏସ୍ ଓ ଡିଏସ୍  ୨୧,୭୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଯାଇଛି । ନୂଆ ଦାମ୍ ସହିତ ଟିଭିଏସ୍ ରୋନିନ୍ ଏବେ ରୟାଲ ଏନଫିଲ୍ଡ ହଣ୍ଟର ୩୫୦ ସହିତ ମୁକାବିଲା କରିବ । ବେସ୍ ଭାରିଆଣ୍ଟ ପାଇଁ ଦାମ୍ ବ୍ୟତୀତ ରୋନିନରେ କୌଣସି ପରିବର୍ତ୍ତନ ହୋଇନି । ବାଇକରେ ଗୋଲ୍ଡେନ୍ ୟୁଏସଡି ଟେଲିସ୍କୋପିକ୍ ଫ୍ରଣ୍ଟ୍ ଫୋକର୍ସ, ୭ ଷ୍ଟେପ୍ ପ୍ରିଲୋଡ୍ ଆଡଜଷ୍ଟେବଲ ରିୟର ମୋନୋ-ଶକ୍, ଟ୍ୟୁବଲେସ୍ ଟାୟାର୍ସ ସହିତ ୧୭ ଇଞ୍ଚ ଆଲୟ ହ୍ବିଲ୍ସ, ଏଲଇଡି ଡିଆରେଲ୍ ସହିତ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ମିଳିଥାଏ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories