mission shakti banner

ତୁମଲିଆ ଗ୍ରାମବାସୀଙ୍କ ଦ୍ୱାରା ଏମସିଏଲର ଦୁଇ ଅଧିକାରୀ ଅଟକ !

BSKY banner  750×100
0

ସୁନ୍ଦରଗଡ଼/ହେମଗିର: ଜଙ୍ଗଲ ଓ ରୟତି ଜମିରେ କୋଇଲା ଖନନ କରି ଗଛ କାଟିବା ଅଭିଯୋଗରେ ତୁମଲିଆ ଗ୍ରାମବାସୀ ଦୁଇ ଏମ.ସି.ଏଲ ଅଧିକାରୀଙ୍କୁ ଅଟକ ରଖିବା ସୂଚନା ମିଳିଛି । ହେମଗିର ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ଦୁଇ ଅଧିକାରୀ ଛାଡ଼ ପାଇଥିବାର ଜଣାପଡ଼ିଛି । ମିଳିଥିବା ସୂତ୍ରରୁ ପ୍ରକାଶ, କୁଲଡ଼ା କୋଇଲା ଖଣି ପାଇଁ ବେଆଇନ ଭାବେ ଜଙ୍ଗଲ ଓ ରୟତି ଜମି ଉପରେ ଥିବା ଗଛ ଗୁଡ଼ିକୁ ଏହି ଦୁଇ ଅଧିକାରୀଙ୍କ ନିର୍ଦ୍ଦେଶରେ କଟା ଯାଉଥିବରୁ  ଗ୍ରାମବାସୀମାନେ ଏହାର ପ୍ରତିବାଦ କରି ଏହି ଦୁଇ ଅଧିକାରୀଙ୍କୁ ଆଲୋଚନା ପାଇଁ ଡ଼କାଇଥିଲେ । ପରେ ଏମାନଙ୍କୁ ଅଟର ରଖିଥିବା ଅଭିଯୋଗ ହୋଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏମାନଙ୍କୁ ଉଦ୍ଧାର କରିଥିବା ଜଣା ପଡିଛି

Leave A Reply