ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶ୍ରୀନଗର ଟ୍ୟୁଲିପ୍‌ ବଗିଚା

0

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଶ୍ରୀନଗର ସହରରେ ଥିବା ଏସିଆର ସର୍ବବୃହତ ଇନ୍ଦିରା ଗାନ୍ଧି ସ୍ମାରକୀ ଟ୍ୟୁଲିପ୍‌ ବଗିଚାକୁ ସୋମବାରଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି। ପ୍ରସିଦ୍ଧ ଡାଲ୍‌ ହ୍ରଦ କୂଳରେ ତଥା ଜବରୱାନ ପର୍ବତମାଳାର ପାଦଦେଶରେ ଏହି ବଗିଚା ରହିଛି। ଏହି ବଗିଚାରେ ୪୮ ପ୍ରଜାତିର ଫୁଲଗଛ ରହିଛି। ଟ୍ୟୁଲିପ୍‌ ଏକ ସ୍ୱତନ୍ତ୍ର ଧରଣର ଫୁଲ ହୋଇଥିବାବେଳେ ଏହା କେବଳ ବସନ୍ତ ଋତୁରେ ହିଁ ପ୍ରସ୍ଫୁଟିତ ହୋଇଥାଏ। ଏହି ପ୍ରଜାତିର ଫୁଲ ଅତିବେଶିରେ ପନ୍ଦର ଦିନ ବଞ୍ଚିଥାଏ। ଶ୍ରୀନଗରରେ ଏହି ବଗିଚା ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯିବାପରେ ପ୍ରଥମ ଦିନରେ ଶତାଧିକ ପର୍ଯ୍ୟଟକ ଏହାକୁ ବୁଲି ଦେଖିସାରିଛନ୍ତି।

Leave A Reply