www.samajalive.in
Saturday, December 6, 2025
26.1 C
Bhubaneswar

ଶରୀର ପାଇଁ ଲାଭଦାୟକ ତୁଳସୀ ପତ୍ର

ତୁଳସୀକୁ ଭାରତୀୟ ପରମ୍ପରା ଅନୁଯାୟୀ ପୂଜା କରାଯାଇଥାଏ। ଏହାକୁ ଆୟୁର୍ବେଦ ଚିକିତ୍ସାରେ ଔଷଧ ରୂପେ ବ୍ୟବହାର କରାଯାଇଥାଏ। ତୁଳସୀକୁ ଔଷଧ ରୂପେ ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ତୁଳସୀ ପତ୍ର ଖାଇବା ଦ୍ବାରା ମୁଣ୍ଡ, କାନ, ପାଟି ଓ ପେଟ ସମସ୍ୟା ଦୂର ହୋଇଥାଏ।

ଆସନ୍ତୁ ଜାଣିବା ତୁଳସୀ ପତ୍ର ଖାଇବା ଦ୍ବାରା ଶରୀରକୁ କ’ଣ ଲାଭ ହୋଇଥାଏ ..

- Advertisement -

ପାଟି ସମ୍ବନ୍ଧୀୟ ସମସ୍ୟା :

ଦାନ୍ତ ଦରଜ ହେଉଥିଲେ ଗୋଲମରିଚ ସହ ତୁଳସୀ ପତ୍ରକୁ ପେଷ୍ଟ କରି ଦିଅନ୍ତୁ। ତାପରେ ସେହି ପେଷ୍ଟକୁ ଛୋଟ ଗୋଲି ପରି କରି ଦାନ୍ତ ମୂଳରେ ରଖନ୍ତୁ। ଏପରି କରିବା ଦ୍ବାରା ଦାନ୍ତ ଦରଜ ଭଲ ହୋଇଥାଏ।

ଉଷୁମ ପାଣିରେ ତୁଳସୀ ପତ୍ରର ରସ ମିଶାଇ ପିଇବା ଦ୍ବାରା ତଣ୍ଟି ଦରଜ ଭଲ ହୋଇଥାଏ।

ପେଟ ଜନିତ ସମସ୍ୟା :

ଯଦି ଆପଣଙ୍କୁ ବାନ୍ତି ହେଉଥାଏ ତେବେ ୧୦ମିଲି ତୁଳସୀ ରସ ସହ ୧୦ମିଲି ଅଦା ରସ ଓ ୫୦୦ମିଲିଗ୍ରାମର ଗୁଜୁରାତି ଗୁଣ୍ଡ ମିଶାନ୍ତୁ। ତାହାକୁ ସେବନ କରିବା ଦ୍ବାରା ବାନ୍ତି ଭଲ ହୋଇଯାଏ। ତୁଳସୀ ରସ ଦିନକୁ ୪ଥର ପିଇବା ଦ୍ବାରା ଭୋକ ବଢିଥାଏ।

କଳା ଲୁଣ ସହ ତୁଳସୀ ପତ୍ର ପେଷି କରି ଦିନକୁ ୩ଥର ପିଇବା ଦ୍ବାରା ପେଟ ଦରଜ କମିଥାଏ।

କାନର ସମସ୍ୟା :

ତୁଳସୀ ପତ୍ରକୁ ହାଲକା ଗରମ କରନ୍ତୁ। ତାପରେ ସେହି ପତ୍ରକୁ ହାତରେ ଦଳି ଦିଅନ୍ତୁ। ତା ରସକୁ ଦୁଇ ବୁନ୍ଦା କାନରେ ପକାନ୍ତୁ। ଏପରି କରିବା ଦ୍ବାରା କାନ ବିନ୍ଧା ଭଲ ହୋଇ ଯାଇଥାଏ।

ସ୍ମରଣ ଶକ୍ତି ବୃଦ୍ଧି :

ପାଣିରେ ୫ଟି ତୁଳସୀ ପତ୍ର ପକାଇ ପ୍ରତିଦିନ ପିଇବା ଦ୍ବାରା ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। ତୁଳସୀ ତେଲକୁ ଗୋଟିଏ ବୁନ୍ଦା ନାକରେ ପକାଇବା ଦ୍ବାରା ମୁଣ୍ଡ ବିନ୍ଧା ଭଲ ହୋଇଥାଏ। ତୁଳସୀ ତେଲକୁ ମୁହଁରେ ଲଗାଇବା ଦ୍ବାରା ଚମକ ବଢିଥାଏ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories