www.samajalive.in
Sunday, December 7, 2025
26.1 C
Bhubaneswar

ଶରୀର ପାଇଁ ଶୀତଦିନ ଖରାର ଆବଶ୍ୟକତା

ସୂର୍ଯ୍ୟ କିରଣ ଶରୀର ପାଇଁ ଖୁବ ଆବଶ୍ୟକ ଅଟେ । ଶୀତଦିନରେ ଖରାରେ ରହିବାକୁ ସଭିଁଙ୍କୁ ଖୁବ ଭଲ ଲାଗେ। ଖାଲି ଭଲ ଲାଗିବା ପାଇଁ ନୁହେଁ, ଶୀତଦିନେ ଶରୀର ପାଇଁ ଖରା ଅତ୍ୟନ୍ତ ଲାଭଦାୟ ଅଟେ। ଜାଣନ୍ତୁ ଶରୀର ପାଇଁ ଶୀତଦିନେ ଖରାର କ’ଣ ଆବଶ୍ୟକତା ରହିଛି….
ଭିଟାମିନ ଡ଼ି – ସୂର୍ଯ୍ୟକିରଣ ଶରୀରରେ ଭିଟାମିନ ଡ଼ି ର ମାତ୍ରାକୁ ପ୍ରାୟ ୯୦ ଭାଗ ବଢାଇଥାଏ। ବିଭିନ୍ନ ରୋଗରୁ ମଧ୍ୟ ଏହା ଶରୀରକୁ ରକ୍ଷା କରିଥାଏ। ତେଣୁ ପ୍ରତିଦିନ ୧୦ ରୁ ୧୫ ମିନିଟ ସକାଳର ଖରାରେ ରହିବା ଆବଶ୍ୟକ ଅଟେ।

ବହୁ ଲୋକେ ଶୀତଦିନେ ମାନ୍ଦା ହୋଇଯାଆନ୍ତି। ଅଧିକ ହାଲିଆ ଅନୁଭବ କରିଥାଆନ୍ତି। କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ତେଣୁ ନିୟମିତ ଶୀତଦିନେ ୧୦ ରୁ ୧୫ ମିନିଟ ଖରାରେ ରହିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

- Advertisement -


ମୁହଁ ପାଇଁ ଲାଭଦାୟକ-
ଶୀତଦିନର ଖରା ମୁହଁ ପାଇଁ ମଧ୍ୟ ଲାଭଦାୟକ ଅଟେ। ମୁହଁର ଥିବା ବିଭିନ୍ନ ଜୀବାଣୁକୁ ନଷ୍ଟ କରିଥାଏ। ନିୟମିତ ଖରା ମୁହଁରେ ବାଜିଲେ ମୁହଁ କୁଣ୍ଡାଇ ହେବା ଭଳି ସମସ୍ୟା ଦୂର ହୋଇଥାଏ।


ଅନିଦ୍ରା ସମସ୍ୟା ଦୂର ହୁଏ –
ନିୟମିତ ୧୫ ମିନିଟ୍ ଖରାରେ ରହିବା ଦ୍ୱାରା ମେଲାଟୋନିନ ହରମୋନର ମାତ୍ରା ବଢିଥାଏ। ଫଳରେ ଭଲ ନିଦ ହୋଇଥାଏ ଏବଂ ଅନିଦ୍ରା ସମସ୍ୟାରୁ ମୁକ୍ତି ମିଳେ।


ରକ୍ତଚାପର ମାତ୍ରା କମାଇଥାଏ –
ରକ୍ତଚାପ ଜନିତ ସମସ୍ୟା ଥିବା ଲୋକେ ଶୀତ ଦିନେ ସକାଳ ସମୟରେ ଖରାରେ ୧୫ ମିନିଟ୍ ରହିବା ଦ୍ୱାରା ଏହାର ମାତ୍ରା କମ୍ ହୋଇଥାଏ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories