www.samajalive.in
Saturday, December 6, 2025
19.1 C
Bhubaneswar

ସିବିସିରେ ହାଜର ହେଲେ ସିବିଆଇ ନିର୍ଦେଶକ

ନୂଆଦିଲ୍ଲୀ: ସିବିଆଇ ନିର୍ଦେଶକ ଆଲୋକ ବର୍ମା କେନ୍ଦ୍ରୀୟ ସତର୍କତା ଆୟୋଗ(ସିବିସି)ରେ ହାଜର ହୋଇଛନ୍ତି। ଶ୍ରୀ ବର୍ମାଙ୍କ ଉପରେ ଲାଗିଥିବା ଭ୍ରଷ୍ଟାଚାର ଅଭିଯୋଗ ଉପରେ ସ୍ପଷ୍ଟିକରଣ ଦେଇଛନ୍ତି ଶ୍ରୀ ବର୍ମା। ସିବିଆଇର ଅନ୍ୟତମ ନିର୍ଦେଶକ ରାକେଶ ଆସ୍ଥାନା ଦ୍ୱାରା ଶ୍ରୀ ବର୍ମା ନେଇଥିବା ଲାଞ୍ଚ ମାମାଲା ସମେତ ଅନ୍ୟାନ୍ୟ ଅଭିଯୋଗର ତଦନ୍ତ କରୁଛି ସିବିସି। ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ବର୍ମା ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ହାଇଦ୍ରାବାରର ବ୍ୟବସାୟୀ ସତୀଶ ସନାଙ୍କ ଠାରୁ ୩କୋଟି ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସିବିଆଇର ସ୍ପେସାଲ ନିର୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ଶ୍ରୀ ବର୍ମା ମାମଲା ରୁଜୁ କରିଥିଲେ। ଏହି ଅଭିଯୋଗ ବିରୋଧରେ ଶ୍ରୀ ଆସ୍ଥାନା ପାଲଟା ଶ୍ରୀ ବର୍ମାଙ୍କ ବିରୋଧରେ ୨କୋଟି ଟଙ୍କା ଲାଞ୍ଚ ଅଭିଯୋଗ ଆଣିଥିଲେ। ଉଭୟ ନିର୍ଦେଶଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରି ଉଭୟ ବରିଷ୍ଠ ଅଧିକାରୀଙ୍କୁ ଛୁଟିରେ ପଠାଇ ଦେଇଛନ୍ତି।
ଅପରପକ୍ଷରେ ସିବିଆଇ ସ୍ପେସାଲ ନିର୍ଦେଶକ ରାକେଶ ଆସ୍ଥାନା ୩କୋଟି ଟଙ୍କା ଲାଞ୍ଚ ନେବା ଘଟଣା ସିବିଆଇର କିଛି ଅଧିକାରୀଙ୍କ ଷଢଯନ୍ତ୍ର ବୋଲି ଶ୍ରୀ ଆସ୍ଥାନା ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଶ୍ରୀ ଆସ୍ଥାନା ସିବିଆଇ ମୁଖ୍ୟ ଅରୁଣ ଶର୍ମାଙ୍କ ନାମରେ ମଧ୍ୟ ଭ୍ରଷ୍ଟାଚାର ଅଭିଯୋଗ ଆଣିଛନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories