ଗିରଫ ହୋଇ ମୁକୁଳିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ : ଟ୍ରମ୍ପ କହିଲେ ମୁଁ ନିର୍ଦୋଷ

ୱାଶିଂଟନ: ହ୍ବାଇଟ ହାଉସରୁ ଗୁରୁତ୍ବପୂର୍ଣ୍ଣ ନଥି ନେଇଯିବା ମାମଲାରେ ସ୍ବଳ୍ପସମୟ ଗିରଫ ହୋଇ ମୁକୁଳିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ପେଣ୍ଟାଗନ, ସିଆଇଏ ଆଦି ସଂସ୍ଥାର ଅନେକ ଗୁରୁତ୍ବପୂର୍ଣ୍ଣ ନଥି ନେଇଯାଇଥିବା ସମ୍ପର୍କରେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଶୁଣାଣି କ୍ରମେ ସେ ନିଜକୁ ନିର୍ଦୋଷ ବୋଲି କହିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ଇତିହାସରେ ଜଣେ ରାଷ୍ଟ୍ରପତି ଗିରଫ ହେବା ପ୍ରଥମ ଘଟଣା। ସେ ଏଥିନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଦାୟୀ କରିଛନ୍ତି। ପୂର୍ବରୁ ଏଫବିଆଇ ପକ୍ଷରୁ ଟ୍ରମ୍ପ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଏନେଇ ମାମଲା ରୁଜୁ ହୋଇଥିଲା । ଏହି ଦୁଇ ଘଟଣାରେ ସେ କିଛି ଭୁଲ୍ କରିନାହାନ୍ତି  ।  ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ କାଠଗଡ଼ାରେ ଠିଆ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

Comments are closed.