ୱାଶିଂଟନ : ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଧାର୍ଯ୍ୟ କରାଯାଇଛି। ଏଭଳି ପରିସ୍ଥିତିରେ ନେତାଙ୍କ ଦ୍ୱାରା ବାରମ୍ବାର ନିର୍ବାଚନ ରାଲିକୁ କରାଯାଉଛି। ଏହା ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା କରାଯାଇଥିବା ୧୮ଟି ନିର୍ବାଚନ ରାଲି ଅନୁଷ୍ଠିତ ହୋଇଯାଇଛି। ଏହି କାରଣରୁ ଦେଶରେ ୩୦ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୭ ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ସର୍ଭେରେ ଦାବି କରାଯାଇଛି।
ଷ୍ଟାନଫୋର୍ଡ ୟୁନିଭରସିଟିର ଅନୁସନ୍ଧାନକାରୀଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଦର୍ଶାଯାଇଛି ଯେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ରାଲି ତାଙ୍କ ସମର୍ଥକଙ୍କୁ ମହଙ୍ଗା ପଡିଛି। ‘କୋଭିଡ-୧୯ର ବିସ୍ତାର ପରେ ଜୁନ୍ ୨୦ରୁ ସେପ୍ଟେମ୍ବର ୨୨ ମଧ୍ୟରେ ଟ୍ରମ୍ପ୍ଙ୍କ ୧୮ଟି ରାଲି ଅନୁଷ୍ଠିତ ହୋଇଛି। ଏହି ସମୟ ମଧ୍ୟରେ ଏହି ରାଲିରେ ଜଡିତ ଥିବା ୩୦ ହଜାର ଲୋକ କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ଭିଡ଼ରେ ୭ଶହ ରୁ ଅଧିକ ଲୋକଙ୍କର କରୋନା ଯୋଗୁଁ ମୃତ୍ୟୁ ଘଟିଛି।



