ପଶ୍ଚିମବଙ୍ଗରେ ଘୋଡ଼ା ବେପାର କରୁଛି ବିଜେପି: ମମତା ବାନାର୍ଜୀ
କଲକାତା : ପଶ୍ଚିମବଙ୍ଗରେ ବିଜେପି ବିଧାୟକ କିଣୁଛି ବା ଘୋଡ଼ା ବେପାର କରୁଛି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ବିଜେପିରେ ଯୋଗଦେବା ପାଇଁ ଟିଏମସି ବିଧାୟକଙ୍କୁ ୨ କୋଟି ଟଙ୍କା ଓ ଗୋଟିଏ ପେଟ୍ରୋଲ ପମ୍ପର ଅଫର ଦେଉଛି।
ଅପରପକ୍ଷରେ ବିଜେପି ନେତା ଦିଲ୍ଲୀପ ଘୋଷ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। କେଉଁ ବିଧାୟକଙ୍କୁ ଏହି ଅଫର ଦିଆଯାଇଛି, ସେମାନଙ୍କୁ ମମତା ସାମ୍ନାକୁ ଆଣି ଦେଖାନ୍ତୁ ବୋଲି ଦିଲ୍ଲୀପ ଆହ୍ୱାନ ଦେଇଛନ୍ତି।
ମମତା ବାନାର୍ଜୀ ରବିବାର କଲକତାରେ ରାଲିରେ ଉଦବୋଧନ ଦେଇ ବିଜେପି ଉପରେ ବର୍ଷିଥିଲେ। ମମତା କହିଥିଲେ ଯେ ବିଜେପି ଟିଏମସି ବିଧାୟକଙ୍କୁ କିଣିବା ପାଇଁ ୨ କୋଟି ଟଙ୍କା ଓ ଗୋଟିଏ ପେଟ୍ରୋଲ ପମ୍ପର ଅଫର ଦେଉଛି। ବିଜେପି ଏଭଳି କର୍ଣ୍ଣାଟକରେ ଘୋଡ଼ା ବେପାର କରିଛି। ବିଜେପି କର୍ଣ୍ଣାଟକରେ କଂଗ୍ରେସ ବିଧାୟକଙ୍କୁ କିଣି ରାଜନୈତିକ ସଂକଟ ସୃଷ୍ଟି କରିଛି। କଲକତା ରାଲିକୁ ଟ୍ରେନ ଯୋଗେ ଆସୁଥିବା ଲୋକଙ୍କୁ ବାଟରେ ଅଟକାଇ ରଖାଯାଇଛି। ଟ୍ରେନ ଏବେ ବିଜେପି କବଜାରେ ଥିବାରୁ ବିଜେପି ଏପରି କରୁଛି। ବାଦଲ ଆଢୁଆଳରେ ବି ସୂର୍ଯ୍ୟ ଚମକେ ଏହା ବିଜେପି ଜାଣି ରଖିବା ଉଚିତ ବୋଲି ମମତା କହିଛନ୍ତି। ୨୦୨୧ ବିଧାନସଭା ନିର୍ବାଚନ ପାଇଁ ଜୁଲାଇ ୨୯ରୁ ପ୍ରଚାର ଅଭିଯାନ ଆରମ୍ଭ ହେବ ବୋଲି ସେ ଘୋଷଣା କରିଛନ୍ତି।
Comments are closed.