www.samajalive.in
Monday, December 8, 2025
16.1 C
Bhubaneswar

ଟିଏମ୍‍ସି କର୍ମୀଙ୍କ ଗୁଣ୍ଡାଗିରି; ବିଜେପି ମହିଳା କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

କଲକାତା : ପଶ୍ଚିମବଙ୍ଗରେ ଶାସକ ତୃଣ ମୂଳ କଂଗ୍ରେସ (ଟିଏମ୍‍ସି) କର୍ମୀଙ୍କ ଆଉ ଏକ ଗୁଣ୍ଡାଗିରି ଘଟଣା ପଦାକୁ ଆସିଛି। ସେମାନେ ବିଜେପିର ଜଣେ ମହିଳା କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ କରୁଥିବାର ଦୁଇଟି ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଟିଏମ୍‍ସି କର୍ମୀମାନେ ପ୍ରଥମେ ପୁଲିସ୍‍ ଆଗରେ ମହିଳାଙ୍କୁ ଆକ୍ରମଣ କରିଥିଲେ। ପରେ ଏକ ନ୍ୟୁଜ୍‍ ଚ୍ୟାନେଲର ରିପୋର୍ଟରଙ୍କ ଆଗରେ ମହିଳାଙ୍କୁ ଏକ ବାଡ଼ିରେ ପିଟିଥିଲେ। ମହିଳାଙ୍କୁ ତଳେ ପକାଇ ପିଟୁଥିବାର ଭିଡ଼ିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଟିଏମ୍‍ସିର ଗୁଣ୍ଡାରାଜକୁ ନିନ୍ଦା କରାଯାଉଛି। ଉଭୟ ଭିଡ଼ିଓରେ ଟିଏମ୍‍ସିର ଅଲଗା ଅଲଗା କର୍ମୀ ମହିଳାଙ୍କୁ ଆକ୍ରମଣ କରୁଥିବାର ଦେଖିବାକୁ ମିଳୁଛି। ସୂଚନା ଅନୁସାରେ ସେପ୍ଟେମ୍ବର ୨୬ରେ ବିଜେପି ପକ୍ଷରୁ ପଶ୍ଚିମବଙ୍ଗ ବନ୍ଦ ଡାକରା ଦିଆଯାଇଥିଲା। ଏଥିପାଇଁ କଲକାତାରୁ ପାଖାପାଖି ୪୦ କିଲୋମିଟର ଦୂର ବାରାସାତରେ ବିଜେପି ପକ୍ଷରୁ ଶୋଭାଯାତ୍ରା ବାହାର କରାଯାଇଥିଲା। ଏହି ଶୋଭାଯାତ୍ରାରେ ବିଜେପିର ମହିଳା କର୍ମୀମାନେ ମଧ୍ୟ ଭାଗ ନେଇଥିଲେ। ହଠାତ୍‍ ସ୍ଥାନୀୟ ପଞ୍ଚାୟତ ମୁଖ୍ୟ ତଥା ଟିଏମ୍‍ସି ନେତା ଅରଶଦ ଜମାନଙ୍କ ନେତୃତ୍ୱରେ ଟିଏମ୍‍ସି କର୍ମୀମାନେ ସେଠାରେ ପହଞ୍ଚି ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ବିଜେପି ମହିଳା କର୍ମୀ ନୀଳୀମା ଦେ’ ସରକାରଙ୍କୁ ଟିଏମ୍‍ସି କର୍ମୀମାନେ ପୁଲିସ୍‍ ଆଗରେ ତଳେ ପକାଇ ପିଟିଥିଲେ। କିଛି ସମୟ ପରେ ଜଣେ ରିପୋର୍ଟର ସେଠାରେ ପହଞ୍ଚି ନୀଳୀମାନଙ୍କୁ ଘଟଣା ସମ୍ପର୍କରେ ପଚାରୁଥିବା ବେଳେ ଆଉ ଜଣେ ଟିଏମ୍‍ସି କର୍ମୀ ସେଠାକୁ ଦୌଡ଼ି ଯାଇ ନୀଳୀମାଙ୍କୁ ଏକ ବାଡ଼ିରେ ପିଟିଥିଲେ। ଏହି ସବୁ ଘଟଣାର ଦୃଶ୍ୟ କ୍ୟାମେରାରେ ବନ୍ଦ ହୋଇଯାଇଥିଲା। ଭିଡ଼ିଓ ଭାଇରାଲ ହେବା ପରେ ବି ଟିଏମ୍‍ସି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଟିଏମ୍‍ସି ନେତାମାନେ ଏହାକୁ ଏକ ସାଧାରଣଘଟଣା କହି ଏଡ଼ାଇ ଯାଉଥିବା ଶୁଣିବାକୁ ମିଳୁଛି।

ଭିଡ଼ିଓ ସୌଜନ୍ୟ : ଏନଡି ଟିଭି

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories