www.samajalive.in
Tuesday, December 9, 2025
15.1 C
Bhubaneswar

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ୧୦୦୦ ଦୀପଦାନ

କଳାପଥର : ପୁଲୱାମାରେ ସହିଦ ଯବାନମାନଙ୍କ ଅମର ଆତ୍ମାର ସଦଗତି ଓ ଆହତ ଯବାନଙ୍କ ଆଶୁ ଆରୋଗ୍ୟ କାମନା କରି ବାଙ୍କୀ ବ୍ଲକ କଳାପଥର ବୁଦ୍ଧିିଜୀବୀ ପରିଷଦ ପକ୍ଷରୁ ରବିବାର ସନ୍ଧ୍ୟାରେ କଳାପଥର-ଧଳାପଥର ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ସମୂହ ଏକ ହଜାର ଦୀପଦାନ କରାଯାଇଛି। ଏହା ସହ ଦେଶବାସୀଙ୍କ ସୁରକ୍ଷା ଓ ସହିଦ ପରିବାର ବର୍ଗଙ୍କୁ ଧୈର୍ଯ୍ୟ ଦେବାକୁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ଅଞ୍ଚଳର ଶତାଧିକ ମହିଳାଙ୍କ ସମେତ ବୁଦ୍ଧିଜିବୀ, ଯୁବକ, ଶିକ୍ଷକ-ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ସହିଦଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରିଥିଲୋ ଏହି କାର୍ଯ୍ୟକ୍ରମକୁ ଆଇନଜୀବୀ ପ୍ରଦୀପକୁମାର ପଟ୍ଟନାୟକ ଆୟୋଜିତ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ସମାଜସେବୀ ସତ୍ୟନାରାୟଣ ସାମନ୍ତ, ସମ୍ମାନୀତ ଅତିଥିଭାବେ ଆଇନଜୀବୀ ସନ୍ତୋଷ ମହାପାତ୍ର, ସରପଞ୍ଚ ମମତା ସ୍ୱାଇଁ, ଭଗୁରି ସ୍ୱାଇଁ, କଂଗ୍ରେସ ନେତା ସନ୍ତୋଷ ତ୍ରୀପାଠି, ନରେଶ ସାହୁ, କଳାପଥର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ କ୍ରୀଷ୍ଣା ରାଉତ, ପ୍ରସନ୍ନ ସାହୁ, ସୁଶାନ୍ତ ପୃଷ୍ଟି, ଶ୍ରୀନିବାସ ମହାରଣା, ଶିକ୍ଷୟତ୍ରୀ ରତ୍ନପ୍ରଭା ସାହୁ, ପ୍ରଭାସ ଚୌଧୁରୀ, କେନ୍ଦୁପଲ୍ଲୀ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ମହାପାତ୍ରଙ୍କ ସମେତ ଅନେକ ବୁଦ୍ଧିଜୀବୀ ଯୋଗଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories