BJD Bijuli 480×75 Mob

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ମୋହନ ଦାସଙ୍କ ୨୫ତମ ଶ୍ରାଦ୍ଧବାର୍ଷିକୀ ପାଳିତ

BJD Bijuli 480×75 Mob

ନିମାପଡ଼ା: ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ନିମାପଡ଼ା-କାକଟପୁର ଯୁଗ୍ମ ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାୟକ ମୋହନ ଦାସଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀ ନିମାପଡ଼ା ଦୋଳବେଦୀ ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତି ନିକଟରେ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ଆଇନଜୀବୀ ପ୍ରତାପ ଚନ୍ଦ୍ର ମହାନ୍ତି, କୃଷକ ନେତା କୃଷ୍ଣଚନ୍ଦ୍ର ରାଉତ, ଯୋଗଗୁରୁ ଗୌରାଙ୍ଗ ସାହୁ, ବିଶିଷ୍ଟ ଲେଖକ ଶ୍ରୀନିବାସ ଆଚାର୍ଯ୍ୟଙ୍କ ସମେତ କୃଷ୍ଣ ମୋହନ ବେହେରା, ନିରଞ୍ଜନ ସାହୁ, ବିଜୟ କୁମାର ଦାସ, ଅୟମ ରାଜ ଭଞ୍ଜଦେଓ, ସ୍ବାଧୀନ ବେହେରା, ଜନରଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗଦେଇ ନିମାପଡ଼ା ପ୍ରତି ମୋହନ ଦାସଙ୍କର ଥିବା ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ପରିବେଶ ସୁରକ୍ଷା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଦୁଇ ଯୁବ ପ୍ରତିଭା ଜ୍ୟୋତି ରଞ୍ଜନ ନାୟକ ଏବଂ ଦିଲଜିତ ଶ୍ରୀରାଜଙ୍କୁ ମୋହନ ଦାସ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରିଶେଷରେ ଚନ୍ଦ୍ରକାନ୍ତ ବରାଳ ଧନ୍ୟବାଦ ଜ୍ଞାପନ କରିଥିଲେ।

Comments are closed.