www.samajalive.in
Tuesday, December 9, 2025
15.1 C
Bhubaneswar

ଡିସେମ୍ବର ୧୮ରୁ ଖୋଲିବ ରାଜ୍ୟ ଜନଜାତି ସଂଗ୍ରହାଳୟ

ଭୁବନେଶ୍ୱର: ଡିସେମ୍ବର ୧୮ ତାରିଖଠାରୁ ଭୁବନେଶ୍ୱର ସିଆର୍‌ପି ଛକସ୍ଥିତ ରାଜ୍ୟ ଜନଜାତି ସଂଗ୍ରହାଳୟ ସର୍ବସାଧାରଣଙ୍କ ପାଇଁ ଖୋଲିବ। କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ପରିସରରେ ଥିବା ଏହି ସଂଗ୍ରହାଳୟକୁ ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ ରଖାଯାଇଥିଲା। କୋଭିଡ୍-୧୯ ନିୟମ ପାଳନ ସହିତ ଜନଜାତି ସଂଗ୍ରହାଳୟ ଡିସେମ୍ବର ୧୮ରୁ ଜନସାଧାରଣଙ୍କ ପାଇଁ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ସୂଚନା ଦେଇଛନ୍ତି।

 

- Advertisement -

ଦର୍ଶକମାନଙ୍କ ପ୍ରବେଶ ନିମନ୍ତେ କୋଭିଡ୍‌-୧୯ ସଂକ୍ରମଣ ପ୍ରତିଷେଧକ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ଦର୍ଶକଙ୍କ ସଂଗ୍ରହାଳୟ ପରିସରକୁ ପ୍ରବେଶ କରିବା ପୂର୍ବରୁ ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ିବ। ଏଥିପାଇଁ ମୁଖ୍ୟ ପ୍ରବେଶ ଦ୍ୱାରରେ ସେମାନଙ୍କ ଶରୀରର ତାପମାତ୍ରା ଫୋରହେଡ୍‌ ସ୍କାନର ମେସିନ୍‌ ଦ୍ୱାରା ଯାଞ୍ଚ କରାଯିବ। ଏହାପରେ ସେମାନଙ୍କୁ ଜନଜାତି ସଂଗ୍ରହାଳୟ ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ। ପ୍ରତ୍ୟେକ ଦର୍ଶକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସଂଗ୍ରହାଳୟ ମଧ୍ୟରେ ପ୍ରତ୍ୟେକ ଦର୍ଶକ ସେମାନଙ୍କ ମଧ୍ୟରେ ସେମାନେ ଅତି କମ୍‌ରେ ୧୦ ଫୁଟ ଦୂରତା ର କ୍ଷା କରିବେ। ପ୍ରତ୍ୟେକ ଦ ଶର୍କ ମୁଖ୍ୟ ପ୍ରବେ ଶ ପଥ ଓ ସଂଗ୍ରହାଳୟ
ପ୍ରବେଶ ପଥରେ ସେମାନଙ୍କ ହାତ ହ୍ୟାଣ୍ଡ ସାନିଟାଇଜର ଦ୍ୱାରା ସାନିଟାଇଜ କରିବା ଜରୁରୀ ଅଟେ। ଦର୍ଶକମାନେ ସଂଗ୍ରହାଳୟ ମଧ୍ୟରେ ବୁଲି ଦେଖିବା ସମୟରେ କୌଣସି ଶୋକେସ୍‌, ଟଚ୍‌ସ୍କ୍ରିନ୍‌ କିଓସ୍କ, ଭିଆର୍‌ ହେଡ୍‌ସେଟ୍‌ କିମ୍ବା କଳାବସ୍ତୁ ଛୁଇଁବା ପାଇଁ ନିଷେଧ କରାଯାଇଛି । ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଓ ୧୪ ବର୍ଷରୁ କମ ବୟସର ପିଲାମାନଙ୍କୁ ସଂଗ୍ରହାଳୟ ମଧ୍ୟକୁ ପ୍ରବେଶ ନିମନ୍ତେ ଅନୁମତି ମିଳିବ ନାହିଁ । ଆଉ ମଧ୍ୟ ଏକ ସମୟରେ ୧୦ ଜଣ ଦର୍ଶକଙ୍କୁ ଭିତରକୁ ପ୍ରବେଶ ଅନୁମତି ମିଳିବ। ସେମାନଙ୍କ ମଧ୍ୟରୁ ପ୍ରଥମ ୫ ଜଣ ମୁଖ୍ୟ ସଂଗ୍ରହାଳୟ ଓ ତନ୍ମଧ୍ୟରୁ ଜଣେ ଲେଖାଏଁ ପ୍ରତ୍ୟେକ କକ୍ଷ ମଧ୍ୟକୁ ପ୍ରବେଶ କରିପାରିବେ। ଅନ୍ୟ ୫ ଜଣ ପରିସର ମଧ୍ୟରେ ଥିବା ପାରମ୍ପରିକ ଜନଜାତି ଗୃହ ମଧ୍ୟକୁ ଜଣଜଣ କରି ପ୍ରବେଶ କରିପାରିବେ। ସଂଗ୍ରହାଳୟ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଦିବା ୧୦ ଘଟିକାଠାରୁ ସନ୍ଧ୍ୟା ୫ଟା ୩୦ ମିନିଟ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories