www.samajalive.in
Saturday, December 6, 2025
16.1 C
Bhubaneswar

ପେଡାଲ ମାରିବାକୁ ପଡୁନି, ହେଲେ ବାଇକ୍ ଭଳି ଦୌଡୁଛି ଏହି ସାଇକେଲ୍ କେମିତି ଜାଣନ୍ତୁ…

ନୂଆଦିଲ୍ଲୀ : ପ୍ରତିଦିନ ଇଣ୍ଟରନେଟ୍ ରେ ଆମେ ଅନେକ ଭିଡିଓ ଦେଖିଥାଉ । କିଛି ମଜାଦାର ଭିଡିଓ ଆମକୁ ଖୁସି ଦେଇଥାଏ ତ ଆଉ କିଛି ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ସେମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଭିଡିଓଟିରେ ଦେଖାଯାଇଛି ଜଣେ ବ୍ୟକ୍ତି ତାଙ୍କ ସାଇକେଲରେ ଗୋଟିଏ ପଙ୍ଖାକୁ ଏପରି ଭାବେ ସଂଯୁକ୍ତ କରିଛନ୍ତି ଯେ , ରାସ୍ତାରେ ଏହାକୁ ଚଲାଇବା ସମୟରେ ପେଡଲ କାରିବାକୁ ପଡୁନାହିଁ। ସାଇକେଲଟିର ବେଗ ବାଇକର ବେଗ ଭଳି । ବ୍ୟକ୍ତି ଙ୍କ କହିବା ମୂତାବକ ସେ ସାଇକେଲର ପଛ ଭାଗରେ ଏକ ବ୍ୟାଟେରୀ ଲଗାଇଛନ୍ତି। ଯାହାକୁ ସେ ଏକ ପଙ୍ଖା ସହ ସଂଯୁକ୍ତ କରିଛନ୍ତି। ଯେଉଁଥିଯୋଗୁଁ ସାଇକେଲଟିକୁ ବିନା ପେଡଲ ମାରିଲେ ମଧ୍ୟ ଏହା ବାଇକ ଭଳି ଦୌଡୁଛି। ସେ ଆହୁରି ମଧ୍ୟ କହିଛନ୍ତି ଏକ ପଙ୍ଖା ଚଲାଇଲେ ମଧ୍ୟ ସାଇକେଲର ସ୍ପିଡ୍ ଭଲ ରହିଥାଏ। @bapu_zamidar_short ନାମକ ଏକ ଆକାଉଣ୍ଟରୁ ଏହି ଭିଡିଓଟିକୁ ସେୟାର କରାଯାଇଛି। ଯାହାକୁ ୪ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ପ୍ରଶଂସକମାନେ ଭିଡିଓଟିକୁ ପସନ୍ଦ କରିବା ସହ ବ୍ୟକ୍ତି ଜଣଙ୍କୁ ପ୍ରଶଂସା କରିଛନ୍ତି। ଆଉ ଜଣେ ପ୍ରଶଂସକ ଲେଖିଛନ୍ତି ଫ୍ୟାନ ବଦଳରେ ମୋଟର ଲଗାଇଥିଲେ ଭଲ ହୋଇଥାନ୍ତା। ଅନ୍ୟ ଜଣେ ଲେଖିଛନ୍ତି ମୁଁ ମୋର ବୁଲେଟ୍ ବିକ୍ରି କରି ଏକ ସାଇକେଲ କିଣିବି। ୭୦ରୁ ୮୦ କିଲୋମିଟର ବେଗରେ ବ୍ରେକ୍ କେମିତି ମାରୁଛ। ଯଦି ପଙ୍ଖା ବଦଳରେ ଏରୋପ୍ଲେନ୍ ଜେଟ୍ ସଂଯୋଗ ହୋଇଥାନ୍ତା, ତେବେ ଏହା ୭୦୦-୮୦୦ ବେଗରେ ଯାଇଥାନ୍ତା।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories