www.samajalive.in
Saturday, December 6, 2025
14.1 C
Bhubaneswar

ଅଟୋ ସହ ଗଞ୍ଜେଇ ଜବତ ; କୁଖ୍ୟାତ ଗଞ୍ଜେଇ ମାଫିଆ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ,ଫିରିଙ୍ଗିଆ ଅଞ୍ଚଳରେ ଗତ କିଛି ଦିନ ହେଲା ଗଞ୍ଜେଇ କାରବାର ବୃଦ୍ଧି ପାଇଥିବା ବେଳେ ପୁଲିସ ମଧ୍ୟ ଏହି ଗଞ୍ଜେଇ ମାଫିଆ ମାନଙ୍କୁ ଧରିବାରେ ପ୍ରୟାସ ଜାରି ରଖିଛି। ଦୀର୍ଘ ଚାରି ମାସ ଧରି ପୁଲିସ ଓ ଅବକାରୀ ବିଭାଗ ଅଞ୍ଚଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ଗୁଡିକୁ କାଟି ନଷ୍ଟ କରି ଦେଇଥିଲେ ମଧ୍ୟ ରୀତିମତ ଭାବରେ ଏହି ଅଞ୍ଚଳରୁ ଗଞ୍ଜେଇ ଚାଲାଣ ଚାଲିଛି। ଫିରିଙ୍ଗିଆ ପୁଲିସ ଫିରିଙ୍ଗିଆ ଅଞ୍ଚଳର ସାସମଲ ଦିଗାଲ ନାମକ ଜଣେ କୁଖ୍ୟାତ ଓ ପେସାଦାର ଗଞ୍ଜେଇ ମାଫିଆକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଏକ ଅଟୋ ସହ ୧୩ କିଲୋ ଦୁଇ ଶହ ଗ୍ରାମ ଗଞ୍ଜେଇକୁ ମଧ୍ୟ ଜବତ କରିଛି।
ପୁଲିସର ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଥାନା ଅଧିକାରୀ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ଏଏସଭଏଇ ଶ୍ରୀକାନ୍ତ ପାତ୍ର ମହିଳା କନେଷ୍ଟବଳ ଅମ୍ବିକା ପ୍ରଧାନଙ୍କ ସହ ଏକଟିମ ପାଟ୍ରୋଲିଂ କରୁଥିବା ସମୟରେ ଫିରିଙ୍ଗିଆ ଥାନା ତଳଦଣ୍ଡିକିଆ ପଞ୍ଚାୟତର ଜୋକେ ଛକ ନିକଟରେ ଅଟୋଟିକୁ ଧରିଥିଲେ। ଅଟୋକୁ ଯାଞ୍ଚ କରିବା ସମୟରେ ସେଥିରୁ ଗଞ୍ଜେଇ ବାହାରିଥିଲା । ତେବେ ଏହି ଘଟଣା ସଂକ୍ରାନ୍ତରେ ଫିରିଙ୍ଗିଆ ଥାନାରେ ୬୫/୨୪ରେ ଏକ ମାମଲା ରୁଜୁ କରି ଅଭଯୁକ୍ତ ଗଞ୍ଜେଇ ମାଫିଆକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି।
ଗିରଫ ମାଫିଆ ଜଣକ ଫିରିଙ୍ଗିଆ ଥାନା ବନ୍ଧଗଡ଼ ପଞ୍ଚାୟତ ବାଲକିଡାଡି ଗାଁର ସାସମଲ ଦିଗାଲ ବୋଲି ଜଣାପଡିଥିବା ବେଳେ ଅଭିଯୁକ୍ତର ବାପା ଫିରିଙ୍ଗିଆ ଥାନାରେ ଗ୍ରାମରକ୍ଷୀ ଭାବରେ କାର୍ଯ୍ୟରତ ଥିବା ଜଣାପଡିଛି। ଅନ୍ୟପଟେ ଅଭିଯୁକ୍ତର ନାରେ ଜିଲ୍ଲା ତଥା ଜିଲ୍ଲା ବାହାରେ ଅନେକ ଗଞ୍ଜେଇ ଓ ଅପରାଧିକ ମାମଲା ରହିଥିବା ବେଳେ ବର୍ଷେ ତଳେ ଏହି ଫିରିଙ୍ଗିଆ ଥାନା ପୁଲିସ ଅଭିଯୁକ୍ତ ଘରୁ ଚାଲାଣ ପାଇଁ ବ୍ୟବହୃତ ହେଉଥିବା ପ୍ରାୟ ଆଠଟି ମୋଟର ସାଇଲେଲ ଓ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଥିଲା। ଏହି ଘଟଣାରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିବା ବେଳେ ପୁଲିସର ଟାର୍ଗେଟରେ ଥିଲା। ଅଭିଯୁକ୍ତକୁ ଧରିବାରେ ପୁଲିସ ସକ୍ଷମ ହୋଇଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories