www.samajalive.in
Saturday, December 6, 2025
14.1 C
Bhubaneswar

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ ; ୨ ଶିଶୁ ସହ ଦମ୍ପତି ମୃତ

ନୂଆଦିଲ୍ଲୀ : ଦିଲ୍ଲୀ ସ୍ଥିତ ଶାହଦରାର ଶାସ୍ତ୍ରୀନଗର ଅଞ୍ଚଳରେ ଗୁରୁବାର ଏକ ଅଟ୍ଟାଳିକାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଅଣନିଶ୍ୱାସୀ ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଓ ଏକ ଦମ୍ପତି ରହିଛନ୍ତି। ଜଣେ ଅଧିକାରୀ କହିଛନ୍ତି, ମୃତକଙ୍କ ବୟସ ୩୦,୨୮, ୫ ଓ ୩ ବର୍ଷର ୨ ଶିଶୁ କନ୍ୟା ରହିଛନ୍ତି।

ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ଭୋର ପ୍ରାୟ ୫ଟା୨୦ରେ ଶାହଦରାର ଶାସ୍ତ୍ରୀନଗର ଅଞ୍ଚଳରେ ଭୀଷଣ ଅଗ୍ନିକାଣ୍ଡ ଘଟି ଥିବା ନେଇ ଖବର ମିଳିଥିଲା। ଖବର ପାଇବା ମାତ୍ରେ ଦିଲ୍ଲୀର ଦମକଳ କର୍ମଚାରୀ ଓ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ପୁଲିସ ଟିମ୍‌‌, ୪ଟି ଦମକଳ ଗାଡି, ଆମ୍ବୁଲାନ୍ସ ତୁରନ୍ତ ପହଞ୍ଚିଥିଲେ। ଦମକଳ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ଘଟିଥିବା ଅଟ୍ଟାଳିକା ୪ ମହଲା ବିଶିଷ୍ଟ। ଭୂତଳ ଅଞ୍ଚଳରେ ପାର୍କିଂ ସ୍ଥାନ ମଧ୍ୟ ଥିଲା। ନିଆଁ ପାର୍କିଂ ସ୍ଥାନରୁ ଆରମ୍ଭ ହୋଇ ଧୂଆଁ ୪ ମହଲା ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ। ପ୍ରତ୍ୟେକ ମହଲାରେ ଭଲ ଭାବେ ଯାଞ୍ଚ କରାଯାଉଛି। ତଦନ୍ତ ପରେ ନିଆଁ ଲାଗିବାର କାରଣ ଜଣାପଡିବ। ଘଟଣାରେ ଆହତ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories