ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ କୁଲାଇଲୋଠାରେ ବୁଧବାର ଅଟୋ ସହିତ ଦୁର୍ଘଟଣା ଘଟାଇଥିବା କାର ନମ୍ବର ଥିବା ବେଳେ ଥାନାକୁ ଜବତ କରି ଆଣିବା ବେଳେ ନମ୍ବର ପରିବର୍ତ୍ତନ ହୋଇଥିବା ଜଣାପଡିଛି। ଦୁର୍ଘଟଣାବେଳେ କାର ନମ୍ବର ଥିଲା ଓଡି ୦୨ ବିଟି ୫୭୫୧ ଏବଂ ଥାନାକୁ ଆଣିବା ପରେ ନମ୍ବର ବଦଳ ହୋଇ ଓଡି ୦୨ ବିଏକ୍ସ ୬୧୮୪ ହୋଇଯାଇଛି । କାରର ନମ୍ବର କିଏ, କେଉଁଠାରେ ଓ କେତେବେଳେ ବଦଳାଇଲା ତାହା ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗାଡିର ଇଞ୍ଜିନ ନଂ ଓ ଚେସିସ ନଂ ସହିତ ପଞ୍ଜିକରଣ ନମ୍ବର ମିଳାଇ, ସେହି ଅନୁଯାୟୀ ମାମଲା ରୁଜୁ ହେବ ବୋଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ରବିନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି ।
Popular Categories



