www.samajalive.in
Saturday, December 6, 2025
26.1 C
Bhubaneswar

ହାର୍ଦିକଙ୍କୁ ପ୍ରବୀଣ କୁମାରଙ୍କ ତୀବ୍ର ସମାଲୋଚନା

ନୂଆଦିଲ୍ଲୀ: ଦେଶ ପାଇଁ ଖେଳିବା କିମ୍ବା ଘରୋଇ କ୍ରିକେଟ୍‌ ଅପେକ୍ଷା ଭାରତୀୟ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଆଇପିଏଲ୍‌ ଖେଳି ମୋଟା ଅଙ୍କର ଅର୍ଥ ରୋଜଗାରକୁ ଗୁରୁତ୍ବ ଦେଇଥାଆନ୍ତି। ଏପରି ଗୁରୁତର ଅଭିଯୋଗ କରି ହାର୍ଦିକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ପ୍ରବୀଣ କୁମାର। ଗତ ଦିନିକିଆ ବିଶ୍ବକପ୍‌ରେ ଆହତ ହୋଇଥିବା ହାର୍ଦିକ ପାଣ୍ଡ୍ୟା ଏବେ ଫିଟ୍‌ ହୋଇ ଆଇପିଏଲ୍‌ ଖେଳିବାକୁ ମୁମ୍ବଇ ଇଣ୍ଡିଆନ୍‌ସ ଶିବିରରେ ଯୋଗ ଦେଇଛନ୍ତି। ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦିକ ପାଣ୍ଡ୍ୟା ୨୦୨୪ ସଂସ୍କରଣ ପାଇଁ ମୁମ୍ବଇ ଇଣ୍ଡିଆନ୍‌ସର ଅଧିନାୟକ ନିଯୁକ୍ତ ହୋଇଛନ୍ତି।

ପ୍ରବୀଣ କୁମାର ଗଣମାଧ୍ୟମରେ ଏପରି ଅଭିଯୋଗ କରି କହିଛନ୍ତି, ହାର୍ଦିକ ପାଣ୍ଡ୍ୟାଙ୍କର ଏହା ଅଭ୍ୟାସ ହୋଇଯାଇଛି ଯେ ଆଇପିଏଲ୍‌ର ୨ ମାସ ପୂର୍ବରୁ ତୁମେ ଆହତ ହୋଇଯାଅ। ତୁମେ ଦେଶ ପାଇଁ ଖେଳନାହିଁ କି ରାଜ୍ୟ ଦଳ ପାଇଁ ଘରୋଇ କ୍ରିକେଟ୍‌ ଖେଳନାହିଁ। ସିଧା ତୁମେ ଆଇପିଏଲ୍‌ ଖେଳିଥାଅ। ଏପରି ଆଦୌ ହେବା କଥା ନୁହେଁ। ଅର୍ଥ ଉପାର୍ଜନ କରିବାରେ କିଛି ଅସୁବିଧା ନାହିଁ। ହେଲେ ତୁମକୁ ଦେଶ ଓ ରାଜ୍ୟ ପାଇଁ ମଧ୍ୟ ଖେଳିବାକୁ ପଡ଼ିବ। ହେଲେ ତୁମ ପରି କ୍ରିକେଟର କେବଳ ଆଇପିଏଲ୍‌କୁ ଗୁରୁତ୍ବ ଦେଉଛ। ପୁଣି ରୋହିତ ଶର୍ମାଙ୍କୁ ମୁମ୍ବଇ ଦଳ ମ୍ୟାନେଜମେଣ୍ଟ ନେତୃତ୍ବରୁ ହଟାଇ ହାର୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିବା ନିଷ୍ପତ୍ତି ଠିକ୍‌ ନୁହେଁ ବୋଲି ପ୍ରବୀଣ କହିଛନ୍ତି। ତାଙ୍କ ଅନୁସାରେ, ରୋହିତ ଭାରତୀୟ ଦଳର ଅଧିନାୟକ। ତାଙ୍କ ନେତୃତ୍ବରେ ମୁମ୍ବଇ ୫ ଥର ଆଇପିଏଲ୍‌ ଜିତିଛି। ସେ ଆହୁରି ୨/୩ ବର୍ଷ ମୁମ୍ବଇ ଦଳର ନେତୃତ୍ବ ନେଇ ପାରିଥାଆନ୍ତେ। ଆଇପିଏଲ୍‌କୁ ପ୍ରାଧାନ୍ୟ ଦେଉଥିବା ହାର୍ଦିକଙ୍କୁ ପ୍ରବୀଣ କୁମାରଙ୍କ ପୂର୍ବରୁ କିଛି କ୍ରିକେଟର ମଧ୍ୟ ସମାଲୋଚନା କରିଛନ୍ତି। ପୂର୍ବତନ ଭାରତୀୟ ଅଲ୍‌ରାଉଣ୍ଡର ଇର୍ଫାନ୍ ପଠାନ୍ କହିଛନ୍ତି, ଯଦି ହାର୍ଦିକ ଲାଲ୍‌ ବଲ୍‌ କ୍ରିକେଟ୍‌ ଖେଳିବାକୁ ଚାହୁଁନାହାନ୍ତି; ତାଙ୍କ ପରି ଖେଳାଳି ଘରୋଇ ଧଳା ବଲ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଖେଳିବା ଉଚିତ। ଶ୍ରେୟାସ ଆୟର ଓ ଈଶାନ୍ କିଷନ୍‌ ରଣଜୀ ଟ୍ରଫି ନ ଖେଳିବା ଯୋଗୁଁ ତାଙ୍କୁ ବିସିସିଆଇର ​କେନ୍ଦ୍ରୀୟ ଚୁକ୍ତିରୁ ବାଦ୍‌ ଦିଆଯାଇଛି। ହେଲେ ଗତ ବିଶ୍ବକପ୍‌ ପରଠାରୁ ଦେଶ ପାଇଁ କିମ୍ବା ବରୋଦା ରଣଜୀ ଟ୍ରଫି ଖେଳିନଥିବା ହାର୍ଦିକଙ୍କୁ କିପରି ଗ୍ରେଡ୍‌ ‘ଏ’ରେ ସ୍ଥାନ ମିଳିଲା?

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories