ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ବିଦ୍ୟୁତ ସବଷ୍ଟେସନର ୩୩ କେଭି ବିଦ୍ୟୁତ୍ ତାର ଉପରେ ଆଜି ଅପରାହ୍ନରେ ଏକ ବଡ ୟୁକାଲିପଟାସ ଗଛ ଉପୁଡ଼ି ପଡ଼ି ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ତାର ଉପରେ ଉପୁଡ଼ି ପଡ଼ିଥିବା ଗଛକୁ କାଟି ସଫା କରିଛି । ତେବେ ବିଦ୍ୟୁତ ତାର ଛିଣ୍ଡି ଯାଇଥିବାରୁ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ଥିବା ବେଳେ କର୍ମଚାରୀମାନେ ଛିଣ୍ଡିଥିବା ବିଦ୍ୟୁତ ତାର ଓ ଅନ୍ୟ କାର୍ୟ୍ୟ କରୁଥିବା ଜଣାପଡିଛି ।
୩୩ କେଭି ବିଦ୍ୟୁତ୍ ତାର ଉପରେ ଉପୁଡ଼ି ପଡ଼ିଲା ଗଛ, ବଡ ଅଘଟଣରୁ ବର୍ତ୍ତିଲା ତୁରୁମୁଙ୍ଗା ବିଦ୍ୟୁତ ସବଷ୍ଟେସନ
Popular Categories



