www.samajalive.in
Saturday, December 6, 2025
23.1 C
Bhubaneswar

ଭ୍ରମଣ ପାଇଁ ଯାଆନ୍ତୁ ଦିଲ୍ଲୀର ଲୋକପ୍ରିୟସ୍ଥାନ

ଭ୍ରମଣ ସଭିଁଙ୍କ ବେଶ ଆନନ୍ଦଦାୟକ ଅଟେ। କର୍ମକ୍ଷେତ୍ରରେ ବ୍ୟସ୍ତତା ନିତିଦିନିଆ ଜୀବନଶୈଳୀରୁ କିଛି ଦିନ ପାଇଁ ବୁଲିବାକୁ ଗଲେ ଉଭୟ ମାନସିକ ଓ ଶାରିରୀକ ଶାନ୍ତି ମିଳିଥାଏ। ଏହାସହ ବିଭିନ୍ନ ସ୍ଥାନ ଭ୍ରମଣ କରିବା ଭିନ୍ନ ଅନୁଭୂତି ମଧ୍ୟ ମିଳିଥାଏ। ତେଣୁ ପର୍ଯ୍ୟଟକ ମାନେ ନିଜ ରୁଚି ଅନୁଯାୟୀ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଇଥାଆନ୍ତି। ପ୍ରାକୃତିକ ପରିବେଶ, ଶାନ୍ତ ବାତାବରଣ ଥିବା ସ୍ଥାନକୁ ବୁଲିବାକୁ ଯିବାକୁ ଇଚ୍ଛୁକ ଥିଲେ ଦିଲ୍ଲୀର କେତେକ ଲୋକପ୍ରିୟ ସ୍ଥାନକୁ ବୁଲିବାକୁ ଯାଆନ୍ତୁ। ଆସନ୍ତୁ ଜାଣିବା ସେଭଳି କିଛି ସ୍ଥାନ ବିଷୟରେ….
ନୋକୁଚିୟାତାଲ –
ନୈନିତାଲ ନିକଟରେ ଥିବା ନୋକୁଚିୟାତାଲ ଏକ ସୁନ୍ଦର ହିଲ ଷ୍ଟେସନ ଅଟେ। ଏଠାରେ ଆପଣ ବୋଟିଂର ମଧ୍ୟ ମଜା ନେଇପାରିବେ। ଦିଲ୍ଲୀରେ ପହଞ୍ଚିବା ପରେ ସେଠାରୁ କାଠଗୋଦାମ ପର୍ଯ୍ୟନ୍ତ ଟ୍ରେନରେ ଯାଇପାରିବେ। କାଠଗୋଦାମ ଠାରୁ ନୋକୁଚିୟାତାଲ ଟ୍ୟାକ୍ସି ସାହାଯ୍ୟରେ ଯାଇପାରିବେ। ଏଠାରେ ଯାଇ ଆପଣ ଭ୍ରମଣର ଏକ ସ୍ୱତନ୍ତ୍ର ଆନନ୍ଦ ନେଇପାରିବେ।
କସୌଲୀ –
କସୌଲୀ ଦିଲ୍ଲୀ ଠାରୁ ସବୁଠାରୁ ନିକଟରେ ଥିବା ହିଲ ଷ୍ଟେସନ ମାନଙ୍କ ମଧ୍ୟରୁ ଗୋଟିଏ। ଏହା ଖୁବ ସୁନ୍ଦର ସ୍ଥାନ ଅଟେ। ଏଠାକୁ ଆସିଲେ ଆପଣ ମାନସିକ ଶାନ୍ତି ପାଇପାରିବେ। କର୍ମକ୍ଷେତ୍ରରେ ବ୍ୟସ୍ତତା ନିତିଦିନିଆ ଜୀବନଶୈଳୀରୁ ବାହାରି ଏଠାରେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ଥାଘରରେ ନିଜକୁ ଏକ ସ୍ୱତନ୍ତ୍ର ଦୁନିଆରେ ଥିବା ଭଳି ଅନୁଭବ କରିପାରିବେ।
ଋଷିକେଶ –
ଋଷିକେଶ ଏକ ଏପରି ସ୍ଥାନ ଯେଉଁଠାରେ ଆପଣ ଭିନ୍ନ ଭିନ୍ନ ମଜା ନେଇପାରିବେ। ଏହାର ନିକଟରେ ଥିବା ସୁନ୍ଦର ସ୍ଥାନ, ବିଭିନ୍ନ ମନ୍ଦିରର ଦର୍ଶନ କରିପାରିବେ। ଦିଲ୍ଲୀ ଠାରୁ ଋଷିକେଶ ଯିବା ପାଇଁ ଆପଣଙ୍କୁ ପ୍ରାୟ ୫ ରୁ ୬ ଘଣ୍ଟା ଲାଗିବ। ପ୍ରତିବର୍ଷ ଏଠାରେ ବହୁଳ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories