www.samajalive.in
Sunday, December 7, 2025
15.1 C
Bhubaneswar

ବିଜେଡି, କଂଗ୍ରେସକୁ ମୋଦୀଙ୍କ ଭର୍ତ୍ସନା; କହିଲେ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଜରୁରୀ

ଜୟପୁର: ଓଡ଼ିଶାର ବିକାଶ ପାଇଁ ଆପଣମାନେ କଂଗ୍ରେସକୁ ଦଶନ୍ଧି ଧରି ଶାସନ କରିବାକୁ ସମୟ ଦେଲେ। ବିଜେଡିକୁ ବି ଅନେକ ବର୍ଷ ଧରି ସୁଯୋଗ ଦେଇଆସୁଛନ୍ତି। କିନ୍ତୁ ଓଡ଼ିଶାର ବିକାଶ ହୋଇପାରୁନି। ସେମାନେ ଆପଣମାନଙ୍କର ଭରସା ତୁଟାଇଛନ୍ତି। ଓଡ଼ିଶାର ବିକାଶ ପାଇଁ କେନ୍ଦ୍ରରେ ବିଜେପି ସରକାର ଭଳି ଓଡ଼ିଶାରେ ବିଜେପି ସରକାର ଆସିବା ଦରକାର। ଫଳରେ ଓଡ଼ିଶାରେ ଡବଲ ଇଞ୍ଜିନ ଲାଗିଲେ ଦ୍ରୁତ ବିକାଶ ହୋଇପାରିବ। ଶୁକ୍ରବାର କୋରାପୁଟ ଜିଲାର ଜୟପୁରରେ ନିର୍ବାଚନୀ ପ୍ରଚାର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ଆହ୍ବାନ କରିଛନ୍ତି।

ଉଦବୋଧନ ଦେବା ଅବସରରେ ବର୍ଷ ବର୍ଷ ଧରି ରାଜ୍ୟକୁ ଶାସନ କରିଆସିଥିବା କଂଗ୍ରେସ ଏବଂ ବିଜେଡି ଉପରେ ମୋଦୀ ଭୀଷଣ ବର୍ଷିଥିଲେ। ରାଜ୍ୟବାସୀଙ୍କ ଭରସା ତୁଟାଇଥିବା ଏହି ଲୋକମାନଙ୍କୁ ଦଣ୍ଡ ଦେବା ଉଚିତ କି ନାହିଁ ବୋଲି ମୋଦୀ ପ୍ରଶ୍ନ କରିବା ସହ ଏଭଳି ସରକାରକୁ ହଟାଇବାର ନିଷ୍ପତ୍ତି ଆପଣଙ୍କର ବୋଲି କହିଥିଲେ। ୨୦୧୯ ନିର୍ବାଚନ କେବଳ ଜଣେ ବିଧାୟକ ଏବଂ ଜଣେ ସାଂସଦର ନିର୍ବାଚନ ନୁହେଁ, ଏହା କେନ୍ଦ୍ର ଏବଂ ରାଜ୍ୟରେ ବିକାଶର ଡବଲ ଇଞ୍ଜିନ ଲଗାଉଥିବା ବିଜେପି ସରକାରଙ୍କ ନିର୍ବାଚନ ବୋଲି କହିଥିଲେ।

- Advertisement -

ଆୟୁଷ୍ମାନ ଯୋଜନା ସମ୍ପର୍କରେ ମୋଦୀ କହିଥିଲେ, ଆଜି ସାରା ବିଶ୍ଵରେ ଆୟୁଷ୍ମାନ ଭାରତ ଯୋଜନାର ଚର୍ଚ୍ଚା ଚାଲିଛି। ଦେଶର ୫୦ କୋଟି ଗରିବଙ୍କୁ ଏହି ଯୋଜନା ଅଧୀନରେ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ ଭଳି ଦେଶର ଅନ୍ୟାନ୍ୟ ରାଜ୍ୟରେ ଏହା କାର୍ଯ୍ୟ କାରୀ ହେଉଛି। ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ଗରିବଙ୍କୁ ଚିକିତ୍ସା ସୁବିଧା ମିଳିଛି। କିନ୍ତୁ ସେମାନଙ୍କ ମଧ୍ୟରେ ଓଡ଼ିଶାର କୌଣସି ଗରିବଙ୍କ ନାଁ ନାହିଁ। ଏଥିପାଇଁ ଦାୟୀ ହେଉଛନ୍ତି ଏଠାକାର ସରକାର। ଯୋଜନା ଆରମ୍ଭରୁ ମୁଁ ସରକାରଙ୍କୁ ପ୍ରାର୍ଥନା କରୁଛି ସେ ଆୟୁଷ୍ମାନ ଯୋଜନାରେ ସାମିଲ ହୁଅନ୍ତୁ। କିନ୍ତୁ ମୁଁ ବୁଝିପାରୁନି ସେ କ’ଣ ପାଇଁ ଏହି ଯୋଜନାରେ ସାମିଲ ହେଉନାହିଁ। ଗରିବଙ୍କ ପ୍ରତି ବିଜେଡି ସରକାରର ସମ୍ବେଦନ ନାହିଁ। ସେମାନେ ଆଦିବାସୀଙ୍କ ସ୍ବାର୍ଥ ସହ ଯେଉଁ ଖେଳ ଖେଳୁଛନ୍ତି, କୃଷକଙ୍କ ସହ ମଧ୍ୟ ତାହା କରୁଛନ୍ତି। ପିଏମ୍‌ କିଷାନ ସମ୍ମାନ ନୀତି ଅନୁସାରେ ଦେଶର ୧୨ କୋଟି କୃଷକ ପରିବାରକୁ ସିଧାସଳଖ ସହାୟତା ଯୋଗାଇ ଦିଆଯାଉଛି। ପ୍ରତିବର୍ଷ ୭୫ ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। କିନ୍ତୁ ଓଡ଼ିଶାର କୌଣସି ଚାଷୀ ଏହାର ସୁବିଧା ପାଉନାହାନ୍ତି। ଏଥିପାଇଁ ଏଠାକାର ସରକାର ପ୍ରତିବନ୍ଧକ ସାଜିଛନ୍ତି। ଏସବୁ ବନ୍ଦ ହେବାର ସମୟ ଆସିଛି। ଏହି ଅବସ୍ଥାରେ ପରିବର୍ତ୍ତନ କରିବାକୁ ଆପଣଙ୍କ ଚୌକିଦାର ପଦକ୍ଷେପ ନେବ।

ଆଦିବାସୀ କ୍ଷେତ୍ର ପାଇଁ ଏକ ନୂଆ ବ୍ୟବସ୍ଥା ଆରମ୍ଭ ହୋଇଛି। ଏଠାକାର ଖଣିରୁ ଯେଉଁ ଆୟ ହେଉଛି ତାହାର ଗୋଟିଏ ଭାଗ ଆଦିବାସୀଙ୍କ ବିକାଶ ପାଇଁ ବ୍ୟବହାର କରାଯିବ। ଜିଲା ଖଣିଜ ପାଣ୍ଠି ଜରିଆରେ ଓଡ଼ିଶାକୁ ୬୫୦୦ କୋଟି ମିଳିଛି। ମାତ୍ର ସରକାର ସେଥିରୁ ମାତ୍ର ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଲୋକଙ୍କ ଟଙ୍କାକୁ ତାଲା ପକାଇ ରଖିଥିବା ଏଭଳି ସରକାରକୁ ହଟାଇବା ଜରୁରୀ କି ନାହିଁ ବୋଲି ମୋଦୀ ପ୍ରଶ୍ନ କରିଥିଲେ।

ଓଡ଼ିଶା ମଜଭୁତ ହେଲେ ପୂର୍ବ ଭାରତ ଏବଂ ପୂରା ଭାରତ ମଜଭୁତ ହେବ:-

ଆଦିବାସୀ, କୃଷକ ଏବଂ ଯୁବଗୋଷ୍ଠୀଙ୍କର ବିକାଶ ହୋଇପାରିବେ ଓଡ଼ିଶା ମଜଭୁତ ହୋଇପାରିବ। ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ବିଜେପି ସରକାର ଆସିଲେ ଏହି ସ୍ବପ୍ନ ପୂରଣ ହୋଇପାରିବ। ଓଡ଼ିଶା ମଜଭୁତ ହେଲେ ପୂର୍ବ ଭାରତ ମଜଭୁତ ହେବ ଏବଂ ପୂରା ଭାରତ ମଜଭୁତ ହେବ। ବିଗତ ୫ବର୍ଷରେ ବିଜେପି ସରକାର ସମୟରେ ଦେଶର ବିକାଶ ହୋଇଛି। ଓଡ଼ିଶାରେ ବି ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି। ମୋ ସରକାରର ଏହି ସଫଳତା ସମଗ୍ର ଦେଶବାସୀଙ୍କର। ରାୟଗଡ଼ାରେ ନୂଆ ରେଳ ଡିଭିଜନ ହୋଇଚି। ନବରଙ୍ଗପୁର-ମାଲକାନଗିରି ରେଳ ଲାଇନ ନିର୍ମାଣ କାର୍ଯ୍ୟ ଚାଲିଛି। ଗାଁ ଗାଁରେ ରାସ୍ତା ନିର୍ମାଣ ଲାଗି ଯେପରି ଅର୍ଥର ଅଭାବ ନ ହେବ ସେଥିଲାଗି ପର୍ଯ୍ୟାପ୍ତ ପାଣ୍ଠି ବ୍ୟବସ୍ଥା କରାଯାଇଛି। ଯୁବଗୋଷ୍ଠୀ ଏବଂ ମହିଳାଙ୍କୁ ରୋଜଗାର ଯୋଗାଇ ଦିଆଯାଉଛି। ମହିଳାଙ୍କ ସଶକ୍ତ କରିବା ଲାଗି ଏସଏଚଜିଗୁଡ଼ିକୁ ମୁଦ୍ରା ଯୋଜନାରେ ବିନା ବ୍ୟାଙ୍କ ଗ୍ୟାରେଣ୍ଟିରେ ଋଣ ଦେଉଛୁ। ଆପଣମାନଙ୍କ ସୁଖ ସୁବିଧା ପାଇଁ ଏ ଚୌକିଦାର ଆସିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories