ଭ୍ରମଣ ସଭିଁଙ୍କୁ ବେଶ ପ୍ରିୟ ଅଟେ। ମାତ୍ର ଶୀତ ଦିନର ପ୍ରାରମ୍ଭରେ ଏହାର ମଜା ନିଆରା ଅଟେ। ତେଣୁ ଶୀତ ଦିନକୁ ପର୍ଯ୍ୟଟନର ଋତୁ ବୋଲି କୁହାଯାଏ। ଓଡ଼ିଶାରେ ଭ୍ରମଣ ପାଇଁ ବହୁ ସୌନ୍ଦର୍ଯ୍ୟ ପୂର୍ଣ୍ଣ ସ୍ଥାନ ରହିଛି । ସେଥିମଧ୍ୟରୁ କେନ୍ଦୁଝର ଜିଲାର ଖଣ୍ଡାଧାରର ନିଜର ସୁନ୍ଦରତା ପାଇଁ ବେଶ ପ୍ରସିଦ୍ଧ ଅଟେ। ଏଠାକୁ ବିଭିନ୍ନ ସ୍ଥାନରୁ ବହୁ ଲୋକେ ବୁଲିବାକୁ ଆସିଥାଆନ୍ତି। କେନ୍ଦୁଝର ଠାରୁ ପ୍ରାୟ ଏହା ୬୦ କି.ମି ଦୂରରେ ଅବସ୍ଥିତ। ଏହି ମନୋରମ ସ୍ଥାନ ବାଂଶପାଳ ବ୍ଲକ ଅନ୍ତର୍ଗତ କାଦକଳା ପଞ୍ଚାୟତରେ ରହିଛି। ଖଣ୍ଡାର ଧାର ଭଳି ପ୍ରାୟ ୭୦୦ ଫୁଟ ଉଚ୍ଚ ପାହାଡ଼ରୁ ନଦୀର ଜଳ ତଳକୁ ପଡ଼ୁଥିବାରୁ ଏହାର ନାମ ଖଣ୍ଡାଧାର ବୋଲି କୁହାଯାଏ। ବହୁ ଉଚ୍ଚରୁ ପାଣି ଖସି ପଡି଼ବା ସମୟରେ ସୂର୍ଯ୍ୟଙ୍କ କିରଣ ପଡ଼ି ଏହାର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିଦେଇଥାଏ। ଏହି ଦୃଶ୍ୟ ସଭିଁଙ୍କୁ ଖୁବ ମୁଗ୍ଧ କରିଦେଇଥାଏ।
ଏହାର ସୁନ୍ଦରତା ଉପଭୋଗ କରିବା ପାଇଁ ଏଠାରେ ବହୁ ପର୍ଯ୍ୟଟକ ଭିଡ଼ ଜମିଥାଏ। ଏହା ନିକଟରେ ପ୍ରଭୁ ମହେଶ୍ୱରଙ୍କର ମଧ୍ୟ ଏକ ମନ୍ଦିର ରହିଛି । ପରିବେଶର ସୌନ୍ଦର୍ଯ୍ୟ ସହ ଭୋଜି କରିବା ପାଇଁ ମଧ୍ୟ ଏଠାରେ ଉତ୍ତମ ସ୍ଥାନ ରହିଛି ।
ଗମନାଗମନ ଦୃଷ୍ଟିରୁ କେନ୍ଦୁଝରଗଡ଼ ରେଳ ଷ୍ଟେସନ ଏଠାକାର ନିକଟତମ ରେଳଷ୍ଟେସନ ଅଟେ। କେନ୍ଦୁଝର ଯିବା ପାଇଁ ବସର ସୁବିଧା ମଧ୍ୟ ରହିଛି। ବସ ଷ୍ଟାଣ୍ଡ ଓ ଷ୍ଟେସନରୁ ସୁବିଧାରେ ବସ୍ କିମ୍ବା ଟ୍ୟାକ୍ସିରେ ଏହି ଭ୍ରମଣ ସ୍ଥାନକୁ ଯାଇପାରିବେ।
ଭ୍ରମଣ ପାଇଁ ଉଦ୍ଦିଷ୍ଟ ଖଣ୍ଡାଧାର
Popular Categories



