www.samajalive.in
Saturday, December 6, 2025
15.1 C
Bhubaneswar

ସ୍ୱଳ୍ପ ଟଙ୍କା ଖର୍ଚ୍ଚ କରି ଏହି ସ୍ଥାନରେ ନିଅନ୍ତୁ ଭ୍ରମଣ ମଜା

ଶୀତ ଦିନ ଆସିଲେ ଲୋକେ ବିଭିନ୍ନ ସ୍ଥାନକୁ ଭ୍ରମଣରେ ଯିବାକୁ ଯୋଜନା କରିଥାଆନ୍ତି। ବହୁ ଲୋକଙ୍କ ଏହା ଏକ ସଉକ ଅଟେ। ମାତ୍ର କେତେକ କ୍ଷେତ୍ରରେ ସମୟ ଓ ଟଙ୍କା ଖର୍ଚ୍ଚର ଚିନ୍ତା ଭ୍ରମଣରେ ବାଧା ସୃଷ୍ଟି କରିଥାଏ। ଏପରି କେତେକ ସ୍ଥାନ ରହିଛି, ଯେଉଁଠାକୁ ଆପଣ କମ ପଇସା ଖର୍ଚ୍ଚ କରି ଭ୍ରମଣର ମଜା ନେଇ ପାରିବେ। ଯଦି ଆପଣଙ୍କୁ ବନ୍ୟ ଜନ୍ତୁ ଓ ପ୍ରାକୃତିକ ପରିବେଶ ପସନ୍ଦ ତେବେ ଆପଣଙ୍କୁ ଏହି ସ୍ଥାନ ନିଶ୍ଚୟ ପସନ୍ଦ ଆସିବ।
କାଞ୍ଜିବରମ ରାଷ୍ଟ୍ରୀୟ ଉଦ୍ୟାନରେ ବହୁ ପ୍ରକାରର ଜୀବଜନ୍ତୁ ଦେଖିବାକୁ ମିଳିଥାଏ। ଏଠାରେ ଖୁବ ବଡ଼ ଶିଙ୍ଗ ଥିବା ମଇଁଷି ଓ ସମ୍ପୂର୍ଣ୍ଣ ବିଶ୍ୱରେ ଅଧିକ ସଂଖ୍ୟାରେ ଗଣ୍ଡା ଏଠାରେ ହିଁ ଦେଖିବାକୁ ମିଳିଥାଏ। ବାଘ ମଧ୍ୟ ଏଠାରେ ଅଧିକ ସଂଖ୍ୟାରେ ରହିଛନ୍ତି। ହାତୀ ଓ ଅନ୍ୟାନ୍ୟ ଜୀବଜନ୍ତୁ ମଧ୍ୟ ଦେଖି ପାରିବେ। ଏଠାରେ ଖୁବ ସୁନ୍ଦର ସୁନ୍ଦର ପୁଷ୍ପ ମନକୁ ବିମୋହିତ କରିଥାଏ।
ହିମାଚଳପ୍ରଦେଶର କାଙ୍ଗଡ଼ା ଘାଟି ନିଜର ସୁନ୍ଦରତା ଓ ଶସ୍ୟଶ୍ୟାମଳା ପରିବେଶ ପାଇଁ ସମଗ୍ର ଦେଶରେ ବେଶ ପରିଚିତ। ଏଠାକାର ପାହାଡ଼ ଉପରକୁ ମଧ୍ୟ ବହୁ ଲୋକ ପଦଯାତ୍ରା କରି ଯାଇଥାଆନ୍ତି ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବେଶ ଉପଭୋଗ କରିଥାଆନ୍ତି।
କେତେକ ପାହାଡ଼କୁ ବସ କିମ୍ବା କାରରେ ମଧ୍ୟ ଯାଇପାରିବେ। ଏଠାରେ ଥିବା ଯୋଗ ଓ ମେଡ଼ିଟେସନ ସେଣ୍ଟର ବୁଲିବାକୁ ମଧ୍ୟ ଅନେକ ପର୍ଯ୍ୟଟକ ଆସିଥାଆନ୍ତି। ପ୍ରତିବର୍ଷ ଏଠାକୁ ଲକ୍ଷାଧିକ ସଂଖ୍ୟାରେ ପର୍ଯ୍ୟଟକ ଭ୍ରମଣ ପାଇଁ ଆସନ୍ତି। ଏଠାକାର ବାତାବରଣ ହୃଦୟସ୍ପର୍ଶୀ ଅଟେ। ପର୍ଯ୍ୟଟକ ଏଠାକୁ ପରିବାର ସହ ଆସି ଖୁସିରେ ସମୟ ଅତିବାହିତ କରିଥାଆନ୍ତି।
ଧର୍ମର ନଗରୀ ବାରାଣାସୀ, ଏଠାରେ ଅସଂଖ୍ୟ ମନ୍ଦିର ଓ ଗଙ୍ଗା ନଦୀର କୂଳ ମନକୁ ଖୁବ ଶାନ୍ତି ପ୍ରଦାନ କରିଥାଏ। ସକାଳ ଓ ସନ୍ଧ୍ୟାରେ ଗଙ୍ଗା ଆଳତୀର ମଧ୍ୟ ଆନନ୍ଦ ନେଇପାରିବେ। ଖାଦ୍ୟ ପ୍ରେମୀମାନଙ୍କ ପାଇଁ ଏଠାରେ ବହୁ ସ୍ୱାଦିଷ୍ଟ ଖାଦ୍ୟ ଓ ବ୍ୟଞ୍ଜନ ମିଳିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories