ବାଲେଶ୍ବର: ରୁପ୍ସା ଷ୍ଟେସନରେ ଦୂରନ୍ତ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଶୁକ୍ରବାର ଦିନ ୨ଟା ୨ ମିନିଟରେ ହାୱଡାରୁ ଯଶୱନ୍ତପୁର ଯାଉଥିବା ଦୂରନ୍ତ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କେହି ଯାତ୍ରୀ ମୃତାହତ ହୋଇ ନଥିବା ବେଳେ ଏକ୍ସପ୍ରେସ୍ ସମାନ୍ୟ ଭାବେ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ଷ୍ଟେସନରେ ରେଳ ବିଭାଗ କର୍ମଚାରୀ କଂଣ୍ଟ୍ରିଟ୍ ସିଲପଟ୍ କାନ୍ଧରେ ବୋହି ନେଇ ଯାଉଥିବା ବେଳେ ଏକ୍ସପ୍ରେସ୍ ଆସିବାରୁ ସେମାନେ ତାହାକୁ ଫିଙ୍ଗି ପଳାଇଥିଲେ। ଫଳରେ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଷ୍ଟେସନ ନିକଟବର୍ତ୍ତୀ ହୋଇ ଯାଇଥିବାରୁ ଟ୍ରେନର ଗତି ଧୀର ଥିଲା। ଯାହା ଦ୍ବାରା ଏକ ବଡ ଧରଣର ଦୁର୍ଘଟଣାରୁ ଟ୍ରେନଟି ଅଳ୍ପକେ ବର୍ତ୍ତି ଯାଇଥିଲା। ଦୁର୍ଘଟଣା ପରେ ଟ୍ରେନଟି ପ୍ରାୟ ଅଢେଇ ଘଣ୍ଟା ଧରି ଅଟକି ରହିଛି।



