www.samajalive.in
Saturday, December 6, 2025
23.1 C
Bhubaneswar

ବୁଲିବା ପାଇଁ ଯାଆନ୍ତୁ ଶାଶୁ-ବୋହୂ ମନ୍ଦିର

ଭାରତରେ ଅନେକ ଧାର୍ମିକ ସ୍ଥଳ ରହିଛି, ଯାହା ଯେକୌଣସି କାରଣରୁ ହେଉ ନା କାହିଁକି ପ୍ରସିଦ୍ଧତା ଲାଭ କରିଛି। ଭାରତ ବର୍ଷରେ ବିଭିନ୍ନ ଧର୍ମସମ୍ପ୍ରଦାୟର ଲୋକେ ମିଳିମିଶି ରହିଥାଆନ୍ତି। ତେଣୁ ଏଠାରେ ଆପଣ ବହୁ ଧାର୍ମିକ ଅନୁଷ୍ଠାନ ଦେଖିବାକୁ ପାଇବେ। ଏଠାରେ ବହୁ ଦେବାଦେବୀଙ୍କ ବିଭିନ୍ନ ମନ୍ଦିର ଅଛି, ଯେଉଁଠାରେ ସବୁ ସମୟରେ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ଏହାସହ ମନ୍ଦିର ମାନଙ୍କ ସହ ଜଡ଼ିତ ପୌରାଣିକ ଓ ରହସ୍ୟମୟ କଥା ଜାଣିବା ପାଇଁ ମଧ୍ୟ ସଭିଏଁ ବେଶ ଇଚ୍ଛୁକ ଥାଆନ୍ତି। ଏପରି ଏକ ପ୍ରଭୁ ବିଷ୍ଣୁଙ୍କ ରହିଛି ଯାହା ଶାଶୁ-ବୋହୁ ମନ୍ଦିର ନାମରେ ଜଣାଶୁଣା। ଜାଣନ୍ତୁ ସେହି ମନ୍ଦିର ବିଷୟରେ ….
ରାଜସ୍ଥାନର ଉଦୟପୁର ଠାରୁ ଦୂରରେ ଥିବା ନାଗଦହ ଗ୍ରାମରେ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଏକ ମନ୍ଦିର ରହିଛି। ଏହି ମନ୍ଦିର ସହ ଜଡ଼ିତ ମାନ୍ୟତା ଅନୁଯାୟୀ, ପ୍ରାଚୀନ କାଳରେ କଚ୍ଛବାହା ବଂଶର ରାଜା ମହିପାଳଙ୍କ ଶାସନ ଥିଲା। ତାଙ୍କ ପତ୍ନୀ ଭଗବାନ ବିଷ୍ଣୁଙ୍କ ଭକ୍ତ ଥିଲେ। ତାଙ୍କ ପୂଜାର୍ଚ୍ଚନା ପାଇଁ ରାଜା ଏକ ମନ୍ଦିରର ନିର୍ମାଣ କରାଇଥିଲେ। ସମୟର ଅଗ୍ରଗତି କ୍ରମେ ରାଣୀଙ୍କର ପୁତ୍ରର ବିବାହ ହେଲା। ଏହାପରେ ତାଙ୍କ ବୋହୂ ପ୍ରଭୁ ଶିବଙ୍କର ପୂଜାର୍ଚ୍ଚନା କରୁଥିବା କାରଣରୁ ତାଙ୍କ ପାଇଁ ମଧ୍ୟ ଏକ ମନ୍ଦିର ନିର୍ମାଣ କରାଗଲା। କାଳକ୍ରମେ ଏହି ଦୁଇଟି ମନ୍ଦିର ଶାଶୁ-ବୋହୂ ମନ୍ଦିର ନାମରେ ପରିଚିତ ହେଲା। ମନ୍ଦିରର ପରିସରରେ ଭଗବାନ ବିଷ୍ଣୁଙ୍କର ୩୨ ମିଟର ଉଚ୍ଚା ଓ ୨୨ ମିଟର ଚଉଡ଼ା ବିଶିଷ୍ଟ ପ୍ରତିମା ସ୍ଥାପିତ ହୋଇଛି। ମନ୍ଦିରର କାରୁକାର୍ଯ୍ୟ ଓ ସୁନ୍ଦରତା ଦେଖିବା ପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଯାଇଥାଏ। ଏହାସହ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ମନକୁ ଏକ ସ୍ୱତନ୍ତ୍ର ଶାନ୍ତି ପ୍ରଦାନ କରିଥାଏ। ଲୋକେ ଏଠାକୁ ଆସି ଭ୍ରମଣର ଏକ ସ୍ୱତନ୍ତ୍ର ମଜା ନେଇଥାଆନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories