www.samajalive.in
Sunday, December 7, 2025
16.1 C
Bhubaneswar

ଏଗ ଫିଙ୍ଗର

ଆବଶ୍ୟକ ସାମଗ୍ରୀ
ଅଣ୍ଡା – ୬ଟି
ଘିଅ – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ବେସନ – ଅଳ୍ପ
ମଇଦା – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ଗୋଲମରିଚ ଗୁଣ୍ଡ – ୧ଚାମଚ
ଶୁଖିଲା ଲଙ୍କା ଖଣ୍ଡ – ୨ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଅଣ୍ଡାକୁ ଭାଙ୍ଗି ଏକ ପାତ୍ରକୁ କାଢନ୍ତୁ। ଏହାପରେ ଏଥିରେ ଲୁଣ, ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରି ରଖି ଦିଅନ୍ତୁ। ଏବେ ଏକ ଥାଳିରେ ଘିଅ ଲଗାଇ ଏହି ମିଶ୍ରଣକୁ ଢାଳନ୍ତୁ। ଗ୍ୟାସରେ ଏକ କଡ଼େଇ ବସାଇ ଅଳ୍ପ ପାଣି ପକାନ୍ତୁ। ଏହାଭିତରେ ଏକ ଷ୍ଟାଣ୍ଡ ରଖନ୍ତୁ। ଏବେ ଏହି ଷ୍ଟାଣ୍ଡ ଉପରେ ଏହି ମିଶ୍ରଣ ଢାଳି ରଖିଥିବା ଥାଳିକୁ ବସାଇ ଢାଙ୍କୁଣି ବନ୍ଦ କରି ଦିଅନ୍ତୁ। । ଗ୍ୟାସରେ ୧୫ ମିନିଟ ବସାଇବା ପରେ ଏହି ପ୍ରସ୍ତୁତ ଅଣ୍ଡାକୁ କାଢି ଏହାକୁ ଆଙ୍ଗୁଠି ଆକାର ଭଳି କାଟି ଦିଅନ୍ତୁ। ଏବେ ଆଉ ଏକ ପାତ୍ରରେ ଅଣ୍ଡା ଭାଙ୍ଗି ରଖନ୍ତୁ। ଅନ୍ୟ ଏକ ପାତ୍ରରେ ବେସନ, ମଇଦା, ଶୁଖିଲା ଲଙ୍କା ଖଣ୍ଡ ଗୋଳାଇ ରଖନ୍ତୁ। ଆଙ୍ଗୁଠିର ଆକାର ଭଳି କାଟି ଥିବା ଅଣ୍ଡାକୁ ରଖିଥିବା ଅଣ୍ଡା ରସରେ ବୁଡ଼ାଇ ଏହାକୁ ମଇଦାର ମିଶ୍ରଣରେ ବୁଡ଼ାନ୍ତୁ। ପୁଣି ଅଣ୍ଡା ରସରେ ବୁଡ଼ାଇ ପାଉଁରୁଟିର ମାଟିଆ ଅଂଶରେ ବୁଡ଼ାନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରି ଏହାକୁ ଭଲ ଭାବେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଏଗ ଫିଙ୍ଗର। ସସ ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories