www.samajalive.in
Sunday, December 7, 2025
15.1 C
Bhubaneswar

ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହେଲେ ସୁଦୀନ୍‍ ଧାବଲିକର୍‍

ଗୋଆ: ଗୋଆରେ ବିଜେପି ନେତୃତ୍ୱାଧୀନ ସରକାରରେ ଅଂଶୀଦାର ଥିବା ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର ୩ ଜଣ ବିଧାୟକଙ୍କ ମଧ୍ୟରୁ ୨ ଜଣ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ଏଥି ସହିତ ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ୧୨ରୁ ୧୪କୁ ବୃଦ୍ଧି ପାଇ କଂଗ୍ରେସର ସମକକ୍ଷ ହୋଇଛି। ଏପର୍ଯ୍ୟନ୍ତ ଗୋଆରେ କଂଗ୍ରେସ ସର୍ବବୃହତ ଦଳ ରହିଥିଲା। ଏମ୍‍.ଜି.ପି. ବିଧାୟକ ମନୋହର ଅଜଗାଓଁକର ଓ ଦୀପକ୍‍ ପାୱାସ୍‍କର ବିଜେପିରେ ଯୋଗଦେଇଥିବା ବେଳେ ସୁଦୀନ୍‍ ଧାବଲିକର୍‍ କେବଳ ଏକମାତ୍ର ବିଧାୟକ ଭାବେ ରହିଯାଇଛନ୍ତି। ବିଜେପି ନେତୃତ୍ୱ ସରକାରଙ୍କ ପ୍ରତି ୨୦ ଜଣ ଏମ୍‍.ଏଲ.ଏ.ଙ୍କର ସମର୍ଥନ ରହିଛି ଓ ସେମାନଙ୍କ ମଧ୍ୟରେ ୩ ଜଣ ନିର୍ଦଳୀୟ ସଦସ୍ୟ ଅଛନ୍ତି। ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିରୋଧୀ ଦଳ କଂଗ୍ରେସ ଏକ ବିବୃତ୍ତିରେ କହିଛି, ବିଜେପିର ଯେତେସବୁ ଅଂଶୀଦାର ଦଳ ରହିଛନ୍ତି ସେମାନଙ୍କ ପାଇଁ ବିଜେପି କେତେ କ୍ଷତିକାରକ, ତାହା ଏଥିରୁ ସ୍ପଷ୍ଟ ହୋଇଛି।

ଅନ୍ୟ ପକ୍ଷରେ, ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଉପମୁଖ୍ୟମନ୍ତ୍ରୀ ସୁଦୀନ୍‍ ଧାବଲିକର୍‍ଙ୍କୁ କ୍ୟାବିନେଟରୁ ବହିଷ୍କାର କରିଛନ୍ତି। ସେ ରାଜ୍ୟପାଳ ମୃଦୁଳା ସିଂହଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି। ଉପମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱରେ ଥିବା ପରିବହନ ଏବଂ ଲୋକ କଲ୍ୟାଣ ମନ୍ତ୍ରାଳୟ ଏବେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ରହିବ ବୋଲି ଜଣାପଡିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories