www.samajalive.in
Saturday, December 6, 2025
17.1 C
Bhubaneswar

ସବୁଜିମା ସୌନ୍ଦର୍ଯ୍ୟ ପରିବେଶ ସହ ମା’ବିନିକେଇ ମନ୍ଦିର

ଅନୁଗୁଳ ଜିଲା ଆଠମଲ୍ଲିକ ସହରଠାରୁ ଅନତି ଦୂରରେ ମହାନଦୀ କୂଳରେ ମା’ବିନିକେଇ ପୀଠ ଅବସ୍ଥିତ। ଏହି ସ୍ଥାନ ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ। ମନ୍ଦିରରେ ବହୁ ଭକ୍ତଙ୍କ ସମାଗମ ହୋଇଥାଏ। ସବୁଜିମାମୟ ପାହାଡ଼ିଆ ପରିବେଶ ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ବହୁ ଗୁଣ ବଢାଇଛି। ପର୍ଯ୍ୟଟକ ଏଠାକୁ ଆସି ଭ୍ରମଣର ପ୍ରକୃତ ମଜା ନେଇଥାଆନ୍ତି। ବଣଭୋଜି ପାଇଁ ଏହା ସର୍ବୋକୃଷ୍ଟ ଓ ମନୋରମ ହୋଇଥିବାରୁ ନଭେମ୍ବରରୁ ଫେବୃଆରୀ ଯାଏ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ। ମହାନଦୀର ଗୋଟିଏ ପାଖରେ ମା’ବିନିକେଇ ଓ ଅପରପାଶ୍ୱର୍ରେ ମା’କନକେଇଙ୍କ ମନ୍ଦିର ରହିଛି। ଏହି ଦୁଇ ମନ୍ଦିରକୁ ଯୋଡ଼ୁଥିବା ବିସ୍ତୀର୍ଣ୍ଣ ବାଲୁକା ରାଶି ସଭିଁଙ୍କୁ ବେଶ ଆନନ୍ଦ ଦେଇଥାଏ। ଏହିଠାରୁ ସାତକୋଶିଆ ଗଣ୍ଡ ଆରମ୍ଭ ହୋଇଛି। ଏହାର ସୁନୀଳ ଜଳରାଶି ଉପରେ ନୌକା ବିହାରର ମଜା ପର୍ଯ୍ୟଟକଙ୍କ ସ୍ମୃତିରେ ବିନିକେଇକୁ ସର୍ବଦା ଏକ ଭିନ୍ନ ସ୍ଥାନ ପ୍ରଦାନ କରିଛି। ଏଠାରେ ସୂଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ବାସ୍ତବରେ ଖୁବ ହୃଦୟସ୍ପର୍ଶୀ ଓ ସୌନ୍ଦର୍ଯ୍ୟମୟ ଅଟେ। ବଣଭୋଜି ନିମନ୍ତେ ପକ୍କା ମଣ୍ଡପ, ରାତ୍ରିଯାପନ ପାଇଁ ମନ୍ଦିର କମିଟି ପକ୍ଷରୁ ନିର୍ମିତ ବିଶ୍ରାମଗାର ଭଳି ଅନେକ ସୁବିଧା ମଧ୍ୟ ରହିଛି। ଏଠାରେ ପ୍ରତିବର୍ଷ ବହୁ ଲୋକଙ୍କ ସମାଗମ ହୋଇଥାଏ।
ଗମନାଗମନ ଦୃଷ୍ଟିରୁ ଏଠାକୁ ଯିବା ପାଇଁ ବସ ଓ ଟ୍ରେନ ଉଭୟର ସୁବିଧା ରହିଛି। ନିକଟତମ ରେଳ ଷ୍ଟେସନ ହେଉଛି ବଇଣ୍ଡା। ବସ ଷ୍ଟାଣ୍ଡ ଓ ଷ୍ଟେସନରୁ ଏଠାକୁ ଯିବା ପାଇଁ ଟ୍ୟାକ୍ସିର ସୁବିଧାର ମଧ୍ୟ ରହିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories