www.samajalive.in
Saturday, December 6, 2025
16.1 C
Bhubaneswar

ବିଶ୍ୱର ସବୁଠାରୁ ନିର୍ମଳ ସହର

ନୂଆଦିଲ୍ଲୀ: ଭାରତରେ ପ୍ରଦୂଷଣ ମାତ୍ରା କ୍ରମଶଃ ବଢିବାରେ ଲାଗିଛି। ସମ୍ପ୍ରତି ନୂଆଦିଲ୍ଲୀଠାରୁ କଲକାତା ଅଧିକ ପ୍ରଦୂଷିତ ବୋଲି ପ୍ରମାଣିତ ହୋଇଥିଲେ ମଧ୍ୟ ଦିଲ୍ଲୀର ପ୍ରଦୂଷଣ ମାତ୍ରା କ୍ରମଶଃ ବଢିବାରେ ଲାଗିଛି। ବିଶ୍ୱର ସବୁଠାରୁ ପ୍ରଦୂଷିତ ୨୦ଟି ସହର ତାଲିକାରେ ଭାରତର ୧୦ଟି ସହର ସ୍ଥାନ ପାଇଛି। ବୃଦ୍ଧି ପାଉଥିବା ପ୍ରଦୂଷଣ ପାଇଁ ଦେଶବାସୀ ରୋଗଗ୍ରସ୍ତ ହେଉଛନ୍ତି। ସମଗ୍ର ବିଶ୍ୱ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରୁଥିବାବେଳେ ବିଶ୍ୱର ଏଭଳି କିଛି ଦେଶ ରହିଛି ଯେଉଁଠି ପ୍ରଦୂଷଣ ମାତ୍ରା ସାମାନ୍ୟଠାରୁ ମଧ୍ୟ କମ୍‍ ବୋଲି ପ୍ରମାଣିତ ହୋଇଛି।
ୱାଲ୍ଡ ହେଲ୍‍ଥ ଅର୍ଗାନାଇଜେସନ୍‍(ଡବ୍ଲୁଏଚଓ) ସବୁଠାରୁ ନିର୍ମଳ ପବନ ମିଳୁଥିବା ଦେଶ ଭାବେ ୟୁରୋପୀୟ ରାଷ୍ଟ୍ର ଫିନଲ୍ୟାଣ୍ଡକୁ ମାନ୍ୟତା ଦେଇଛି। ଏଠାକାର ପାଣିପାଗ ସବୁଠାରୁ ସ୍ୱାସ୍ଥ୍ୟକର ଓ ନିର୍ମଳ ବୋଲି ୱାଲ୍ଡ ହେଲ୍‍ଥ ଅର୍ଗାନାଇଜେସନ ଦ୍ୱାରା କୁହାଯାଇଛି। ସହରର ସଫେଇ ଓ ପରିମଳ ପରିଚାଳନା ଶତପ୍ରତିଶତ ତ୍ରୁଟିଶୂନ୍ୟ ଥିବା ବେଳେ ଗାଡ଼ି ଚଳାଚଳରୁ ନିର୍ଗତ ଧୂଆଁକୁ ନିୟନ୍ତ୍ରଣରେ ରଖିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ପ୍ରଦୂଷଣ ଘଟାଉଥିବା କାରଖାନା ଉକ୍ତ ସହରଠାରୁ ବେଶ୍‍ ଦୂରରେ ଥିବାରୁ ସହରର ବାତାବରଣ ପ୍ରଦୂଷଣ ମୁକ୍ତ ବୋଲି ଦାବି କରାଯାଇଛି।
ଏଠାକାର ପ୍ରତି କ୍ୟୁବିକ ମିଟରରେ ୬ମାଇକ୍ରନ ଧୂଳିକଣା ଉଦ୍ଧାର କରାଯାଇ ପାରିବ। ଏହି ତାଲିକାର ଦ୍ୱିତୀୟରେ ସ୍ୱିଡ଼େନ, ତୃତୀୟରେ କାନାଡ଼ା, ଚତୁର୍ଥରେ ନରୱେ ଓ ପଞ୍ଚମରେ ଆଇସଲ୍ୟାଣ୍ଡ ପରି ଦେଶକୁ ସ୍ଥାନ ମିଳିଛି। ତେବେ ଫିନଲ୍ୟାଣ୍ଡର ମୁଓନିୟୋ ସହର ସବୁଠାରୁ ନିର୍ମଳ ପାଣିପାଗ ପାଇଁ ଚର୍ଚ୍ଚିର୍ତ ରହିଛି। ଏଠାରେ ପ୍ରତି କ୍ୟୁବିକ ମିଟରରେ ମାତ୍ର ୨ ମାଇକ୍ରୋ ଗ୍ରାମ ଧୂଳିକଣା ମିଳେ। ସେହିପରି ଦିଲ୍ଲୀରେ ବୁଧବାର ପ୍ରତି କ୍ୟୁବିକ ମିଟରରେ ୩୩୯ମାଇକ୍ରୋ ଗ୍ରାମ ଧୂଳିକଣା ମିଳୁଥିବା ରେକର୍ଡ଼ କରାଯାଇଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories