ଦିନକୁ ଦିନ ବଢ଼ିବାରେ ଲାଗିଛି ଟ୍ରାନ୍ସଫର୍ମର ଚୋରି, ଲୋକେ ଅସନ୍ତୋଷ

ପାପଡାହାଣ୍ଡି : ଦିନକୁ ଦିନ ବଢ଼ିବାରେ ଲାଗିଛି ଟ୍ରାନ୍ସଫର୍ମର ଚୋରି। ଚୋରି ରାକେଟ ସକ୍ରିୟ ଉଠିଛନ୍ତି ପାପଡାହାଣ୍ଡି  ଅଂଚଳ ରେ,ବହୁତମାତ୍ରା ରେ ଟ୍ରାନ୍ସଫରମର ଚୋରି ହେବାରେ ଲାଗିଛି।  ଟ୍ରାନ୍ସଫରମର ଚୋରି କୁ ନେଇଁ ବିଜୁଳି ବିଭାଗ ଉପରେ ସନ୍ଦେହ ପ୍ରକାଶ କରୁଛନ୍ତି ଅଂଚଳବାସୀ, ସୂଚନାଅନୁଯାୟୀ ମଇଦଲ ପୁର ପଂଚାୟତ ଅନ୍ତର୍ଗତ କାକୁଡି ଆମ୍ବଗ୍ରାମରେ  ବିଳମ୍ବିତ ରାତ୍ରରେ କେହି ଡୁବର୍ତ୍ତ ଟ୍ରାନ୍ସଫରମରକୁ ବିଜୁଳି ଖମ୍ବରୁ ତଳକୁ ଓଲ୍ଲାଇ ଭିତରେଥିବା ତମ୍ବା ତାର ଓ ଅନ୍ୟାନ୍ୟ ସାମଗ୍ରୀକୁ ଚୋରିକରି କେବଳ ଟ୍ରାନ୍ସଫରମର ଖୋଳକୁ ଛାଡିଚାଲି ଯାଇଛନ୍ତି । ଏନେଇଁ ଥାନାରେ କୌଣସି ଅଭିଯୋଗ ହୋଇନଥିବାବେଳେ ବିଜୁଳି ବିଭାଗ ଅଧିକାରୀ କହିଛନ୍ତି ଯେ ଉକ୍ତ ଟ୍ରାନ୍ସଫରମରଟି ଖରାପ ଥିଲା। ଚୋର ଉକ୍ତ ଟ୍ରାନ୍ସଫରମରର ତମ୍ବା ତାର ନେଇଁଯାଇଥିବେ, କାରଣ ତମ୍ବା ତାର ଓ ଅନ୍ୟାନ୍ୟ ସାମଗ୍ରିର ଚାହିଦା ଥିବାରୁ ଏଭଳି କାଣ୍ଡ ହେଉଛି। ଅନ୍ୟପକ୍ଷେ ଖବରପାଇ ମଇଦଲପୁର ଫାଣ୍ଡି ଅଧିକାରୀ  ଅନାମ ଦିଆନ ଘଟଣାସ୍ଥଳରେ ପହଂଚି ଯାଞ୍ଚକରୁଥିବା ସୂଚନା ଦେଇଛନ୍ତି ଓ ପ୍ରକାଶ କରିଛନ୍ତି ଯେ ପୂର୍ବରୁ ଟ୍ରାନ୍ସଫରମର ଚୋରକୁ ଧରିବା ସକ୍ଷମ ହୋଇଥିଲେହେଁ ପୁଣି କେଉଁମାନେ ଚୋରି କରୁଛନ୍ତି ତଦନ୍ତ ପରେ ହିଁ ଜଣାପଡିବ ବୋଲି କହିଛନ୍ତି।

Comments are closed.