www.samajalive.in
Sunday, December 7, 2025
26.1 C
Bhubaneswar

ଲକଡାଉନ୍ ସମୟରେ ୨୩୫ଟି ଟ୍ରେନରେ ଓଡ଼ିଶା ଆସିଛନ୍ତି ୨ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ବ ପ୍ରବାସୀ

ଭୁୁବନେଶ୍ୱର : ଲକ୍‍ଡାଉନ୍‍ ସମୟରେ ଯାତ୍ରା କରିପାରୁନଥିବା ଦେଶର ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀମାନଙ୍କୁ ନିଜ ନିଜର ଗନ୍ତବ୍ୟସ୍ଥଳକୁ ପହଞ୍ଚାଇବା ପାଇଁ ରେଳ ପ୍ରଶାସନ ଏକ ଆହ୍ୱାନଭାବେ ଗ୍ରହଣକରି ଦେଶର ବିଭିନ୍ନ କୋଣକୁ ‘ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‍’ ଚଳାଚଳ ଆରମ୍ଭ କରି ସଫଳତା ହାସଲ କରିଛି।ଏପର୍ଯ୍ୟନ୍ତ ଓଡ଼ିଶାକୁ ୨ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ବ ପ୍ରବାସୀଙ୍କୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ପୂର୍ବତଟ ରେଳପଥ ପରିବହନ କରିସାରିଛି।
ପୂର୍ବ ତଟ ରେଳପଥ ମଇ ପହିଲାରୁ ଆଜି ପର୍ଯ୍ୟନ୍ତ ୫୫୮ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‍ ଚଳାଚଳ କରିଛି। ଏଥିମଧ୍ୟରୁ ପୂର୍ବତଟ ରେଳପଥ ଦ୍ୱାରା ୨୩୫ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‍ ଗ୍ରହଣ କରାଯାଇଛି ଓ ୧୪ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‍ ବିଭିନ୍ନ ସ୍ଥାନକୁ ପଠାଯାଇଛି। ସେଥିମଧ୍ୟରୁ ସମ୍ବଲପୁରରୁ ଗୋଟିଏ, ଭୁବନେଶ୍ୱରରୁ ଦୁଇଟି ଏବଂ ଅନ୍ୟଗୁଡ଼ିକ ବିଶାଖାପାଟଣାରୁ ଅନ୍ତର୍ଭୁକ୍ତ। ଓଡ଼ିଶାକୁ ଆସିଥିବା ସମୁଦାୟ ୨୩୫ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‍ ମଧ୍ୟରେ ଅଧାଅଧି ଗୁଜୁରାଟ୍‍ରୁ ଆସିଛି। ଅନ୍ୟ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‍ଗୁଡ଼ିକ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କେରଳ, ଦିଲ୍ଲୀ ଓ ମହାରାଷ୍ଟ୍ରରୁ ଆସିଛି। ହାରାହାରି ୩୦୬ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ସୁରକ୍ଷିତ ସହ ଯାତ୍ରା କରିଛି ଯେଉଁଥିରେ ଖାଦ୍ୟ ପ୍ୟାକେଟ୍‍, ପାଣି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସେବା ବିଭିନ୍ନ ଷ୍ଟେସନରେ ପ୍ରଦାନ କରାଯାଇଛି।
ସାମାଜିକ ଦୂରତ୍ୱ ରକ୍ଷା :
ପୂର୍ବତଟ ରେଳପଥ ଅଧିନରେ ଥିବା ଷ୍ଟେସନଗୁଡ଼ିକରେ ସମଗ୍ର ପ୍ଲାଟ୍‍ଫର୍ମରେ ଗୋଲ ବୁଲା ଯାଇ ଓ ଧାଡ଼ିରେ ରଖାଯାଇ ଯାତ୍ରୀମାନଙ୍କର ଆଗମନ ଓ ପ୍ରସ୍ଥାନ ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରିବାର ନୀତିନିୟମକୁ ପାଳନ କରାଯାଉଛି। ଏହା ରାଜ୍ୟ ସରକାରଙ୍କ ସହିତ ଉତ୍ତମ ସମନ୍ୱୟ ରକ୍ଷାକରି ସମ୍ପନ୍ନ କରାଯାଉଛି।
ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରୀମାନଙ୍କ ପାଇଁ ନିଶୁଳ୍କ ଖାଦ୍ୟ ଓ ପାନୀୟଜଳ ବ୍ୟବସ୍ଥା :
ପୂର୍ବତଟ ରେଳପଥ ଅଧିନରେ ବିଭିନ୍ନ ରାଜ୍ୟକୁ ଯାଉଥିବା ସମସ୍ତ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‍ମାନଙ୍କରେ ଆଇ.ଆର୍‍.ସି.ଟି.ସି. ସହଯୋଗରେ ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀମାନଙ୍କୁ ନିଶୁଳ୍କ ଖାଦ୍ୟ ପୁଡ଼ିଆ ଓ ପାଣି ବୋତଲ ଯୋଗାଇ ଦିଆଯାଉଛି। ୬ ଜୁନ୍‍ ୨୦୨୦ ସୁଦ୍ଧା ପାଣିବୋତଲ ସହିତ ପ୍ରାୟ ୧୦ ଲକ୍ଷ ଖାଦ୍ୟ ପୁଡ଼ିଆ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‍ଗୁଡ଼ିକର ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଇଛି।
ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‍ ଗୁଡ଼ିକର ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟର ଯତ୍ନ :
ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‍ଗୁଡ଼ିକର ପରିଚାଳନା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଷ୍ଟେସନରେ କୋଭିଡ଼୍‍-୧୯ ରୋଗର ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟରକ୍ଷା ଆଚାରସଂହିତା ପାଳନ କରାଯାଉଛି।ଯାତ୍ରୀମାନଙ୍କ ଆଗମନ ସମୟରେ ତଥା ଗନ୍ତବ୍ୟ ସ୍ଥାନକୁ ପଠାଇବା ସମୟରେ ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ପରୀକ୍ଷା ନିମନ୍ତେ ସମସ୍ତ ଷ୍ଟେସନ୍‍ମାନଙ୍କରେ ବ୍ୟବସ୍ଥା କରାଯାଇଛି। ସମସ୍ତ ଯାତ୍ରୀମାନଙ୍କ ତାପମାତ୍ରାର ଯାଞ୍ଚ କରାଯାଉଛି। ପେଡାଲ୍‍ ପରିଚାଳିତ ପଦ୍ଧତି ଦ୍ୱାରା ଯାତ୍ରୀମାନେ ହାତ ସାନିଟାଇଜେସନ୍‍ର ସୁବିଧା ପାଇପାରୁଛନ୍ତି। ଏହା ବ୍ୟତୀତ କେତେକ ସ୍ଥାନରେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‍ ଆଗମନ ପୂର୍ବରୁ ଓ ପ୍ରସ୍ଥାନ ପରେ ସ୍ଥାନୀୟ ପ୍ରଶାସନ ସହାୟତାରେ ସମଗ୍ର ଷ୍ଟେସନ୍‍ ପରିସରକୁ ସାନିଟାଇଜ୍‍ କରାଯାଉଛି। ଯଦି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‍ରୁ ସ୍ୱସ୍ଥ୍ୟରକ୍ଷା ସେବା ସମ୍ବନ୍ଧୀୟ କୌଣସି ଅଭିଯୋଗ ଆସୁଛି, ତେବେ କିଛିକ୍ଷଣ ମଧ୍ୟରେ ତାହା ପୂର୍ବ ତଟ ରେଳପଥ ପକ୍ଷରୁ ଯୋଗାଇ ଦିଆଯାଉଛି।
ନବଜାତ ଶିଶୁଙ୍କୁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱାଗତ :
ସମଗ୍ର ଭାରତୀୟ ରେଳରେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍‍ଗୁଡ଼ିକରେ ଗର୍ଭବତୀ ମହିଳାମାନଙ୍କର ପ୍ରସବ ହୋଇଯାଇଥିବାର ସୁସମ୍ବାଦମାନ ଆସିଛି। ପୂର୍ବତଟ ରେଳପଥ ଅଧିକାର କ୍ଷେତ୍ରରେ ମଧ୍ୟ ଏପରି ତିନୋଟି ଘଟଣା ଘଟିଛି ଏବଂ ଉଭୟ ମା’ ଓ ନବଜାତ ଶିଶୁମାନଙ୍କୁ ଉପଯୁକ୍ତ ଯତ୍ନ ସହକାରେ ସରକାରୀ ଚିକିତ୍ସାଳୟମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି। ତିନି ଜଣଙ୍କ ମଧ୍ୟରୁ ୨ଜଣ ଟିଟଲାଗଡ଼ଠାରେ ଓ ଜଣେ ବଲାଙ୍ଗୀରଠାରେ ଜନ୍ମ ହୋଇଛନ୍ତି। ଏହାର ଅର୍ଥ ସମସ୍ତ ୩ ଜଣ ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ବାସିନ୍ଦା। ଏହି ଆନନ୍ଦର ମୂହୁର୍ତ୍ତକୁ ପରିବାରକୁ ଉତ୍ସାହ ଦେବା ନିମନ୍ତେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଜନ୍ମ ହୋଇଥିବା ଏହି ନବଜାତକମାନଙ୍କ ନିମନ୍ତେ ପୂର୍ବତଟ ରେଳପଥ ପକ୍ଷରୁ ଉପହାର ଦେବାର ଘୋଷଣା କରାଯାଇଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories