www.samajalive.in
Sunday, December 7, 2025
14.1 C
Bhubaneswar

ଆଜି ବ୍ୟବସାୟୀ ସଂଘ ପକ୍ଷରୁ ଦେଶବ୍ୟାପୀ ବନ୍ଦ ପାଳନ, ଅପରାହ୍ନ ୪ଟା ଯାଏ ଖୋଲିବନି ଦୋକାନବଜାର

ଭୁବନେଶ୍ଵର: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ଶହୀଦ ହେବା ଘଟଣାର ପ୍ରତିବାଦ କରିବା ସହ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ ବ୍ୟବସାୟୀମାନଙ୍କ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଅଖିଳ ଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରାରେ ଓଡ଼ିଶାର ବିଭିନ୍ନ ବ୍ୟବସାୟୀ ସଂଗଠନଗୁଡ଼ିକ ସାମିଲ ହୋଇଛନ୍ତି। ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦୋକାନବଜାର ଏବଂ ପେଟ୍ରୋଲ ପମ୍ପ ବନ୍ଦ ରହିଛି। ଅପରାହ୍ନ ୪ଟା ପର୍ଯ୍ୟନ୍ତ କୌଣସି ଦୋକାନବଜାର ଖୋଲିବ ନାହିଁ ବୋଲି ସଂଗଠନଗୁଡ଼ିକ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଔଷଧ ଦୋକାନଗୁଡ଼ିକ ଖୋଲା ରହିବ ବୋଲି ସୂଚନା ମିଳିଛି।

କଟକ ମାଲଗୋଦାମ, ଛତ୍ରବଜାର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବନ୍ଦ ପାଳନ କରାଯାଇଛି। ବ୍ୟବସାୟୀମାନେ ଏକତ୍ର ହୋଇ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ଦୋକାନବଜାର ବନ୍ଦ ରଖିଛନ୍ତି। ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ଅଧିକାଂଶ ସ୍ଥାନରେ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଦୋକାନବଜାର ବନ୍ଦ ରହିଥିବା ଦେଖାଯାଇଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories