ଛଡାଇନେଲେ ମୋବାଇଲ, ଭାଙ୍ଗିଲେ ଗାଡି
ବିଦ୍ୟୁତ୍ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡଙ୍କୁ କୋତରରେ ଠେଲାପେଲା
ଗୁରୁଡିଝାଟିଆ : ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୋତରରେ ଆଠଗଡ ଟିପିସିଓଡିଏଲର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡର କର୍ମଚାରୀଙ୍କୁ ଠେଲାପେଲା କରିବା ସହ ସେମାନଙ୍କ ମୋବାଇଲ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଛଡାଇନେବା ସହ ଗାଡି ଭାଙ୍ଗିବା ନେଇ ଥାନାରେ ଏକ ଅଭିଯୋଗ ହୋଇଛି । ଶୁକ୍ରବାର ଅପରାହ୍ନରେ ଏନଫୋର୍ସମେଣ୍ଟ ସ୍କାର୍ଡର ପ୍ରଭାତ କୁମାର ଓ ତାଙ୍କର ସହକର୍ମୀମାନେ କୋତରରେ ବେଆଇନ ବିଦ୍ୟୁତ୍ ନେଇଥିବା କିଛି ଉପଭୋକ୍ତାଙ୍କ ନିକଟରେ ପହଞ୍ଚି ତଦାରଖ କରୁଥିବା ବେଳେ ଉତ୍ୟକ୍ତ କିଛି ସ୍ଥାନୀୟ ଯୁବକ ଓ ବେଆଇନ ବିଦ୍ୟୁତ୍ ନେଇଥିବା ଉପଭୋକ୍ତାମାନେ ଉତକ୍ଷିପ୍ତ ହୋଇ ପ୍ରଭାତ କୁମାର ଓ ତାଙ୍କର ସହଯୋଗୀଙ୍କୁ ଠେଲାପେଲା କରିଥିଲେ। ସେମାନେ ବ୍ୟବହାର କରୁଥିବା ମୋବାଇଲ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଛଡାଇନେବା ସହ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡର ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବିମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯଦିଓ ଗୁରୁଡିଝାଟିଆ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଷ୍ଟ ହେଉଛି। ଉପଭୋକ୍ତାମାନେ ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେଉଛନ୍ତି ଏଥିପାଇଁ ବିଭାଗୀୟ ଅଧିକାରୀଙ୍କ ଉପରେ ଅସନ୍ତୋଷ ରହିଛି । ହେଲେ ଏଭଳି ଠେଲାପେଲା, ଭଙ୍ଗାରୁଜା ଓ ମୋବାଇଲ ଛଡାଇ ନେବା ସ୍ଥାନୀୟ ବୁଦ୍ଧିଜୀବିଙ୍କୁ ବ୍ୟଥିତ କରିଛି । ଗୁରୁଡିଝାଟିଆ ପୁଲିସ ଏତଲାଆଧାରରେ ତଦନ୍ତ ଚଳାଇଛି।
Comments are closed.