ଗଞ୍ଜାମ ଜିଲାରେ କଇଁଛ ସୁରକ୍ଷା ପାଲଟିଛି ପ୍ରହସନ
ଗୋପାଳପୁର : ନଭେମ୍ବର ୧ ରୁ ମେ ୩୧ ପର୍ଯ୍ୟନ୍ତ କଇଁଛଙ୍କ ସୁରକ୍ଷା ନିମନ୍ତେ ଋଷିକୂଲ୍ୟା ମୁହାଣ ଅଞ୍ଚଳ ସମେତ ଓଡ଼ିଶାର କେତେକ ସମୁଦ୍ର ଅଞ୍ଚଳକୁ ନୋ ଫିସିଂ ଜୋନ ଭାବେ ଘୋଷଣା କରାଯିବା ସହ ବନବିଭାଗ ପକ୍ଷରୁ କଡାକଡି ପେଟ୍ରାଲିଂ କରାଯାଉଛି। ଏତେ ସବୁ ସତ୍ତ୍ୱେ ରବିବାର ସକାଳୁ ଗୋପାଳପୁର ବେଳାଭୂମିରେ ଏକ ମଲା କଇଁଛ ପଡ଼ିଥିବା ବନବିଭାଗର କାର୍ଯ୍ୟ ଦକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି। ସମୁଦ୍ର ମଧ୍ୟକୁ ସ୍ଥାନୀୟ ମତ୍ସ୍ୟଜୀବୀ ସମେତ ବାହାର ଅଞ୍ଚଳ ଓ ପଡ଼ୋଶୀ ଆନ୍ଧ୍ରର ଅନେକ ଟ୍ରଲର ବେଆଇନ ଭାବେ ସମୁଦ୍ରରେ ନିଷିଦ୍ଧ ଅଞ୍ଚଳରେ ମାଛଧରା ଜାରି ରଖିଛନ୍ତି।
ଏହା ସହ କେତେକ ମତ୍ସ୍ୟଜୀବି ନିଷେଧ କରାଯାଇଥିବା ରିଙ୍ଗ ଜାଲ ମଧ୍ୟ ବ୍ୟବହାର କରିବା ଫଳରେ କଇଁଛଙ୍କ ଜୀବନ ପ୍ରତି ବିପଦ ଘନେଇଥିବା ଦେଖିବାକୁ ମିଳିଛି। ଅନ୍ୟ ପଟେ ପ୍ରତିବର୍ଷ ଏହି ସମୟ ମଧ୍ୟରେ ଗୋପାଳପୁର ବେଳାଭୂମି ଅଞ୍ଚଳରେ ସଂଖ୍ୟାଧିକ କଇଁଛଙ୍କ ମୃତଦେହ ଭାସି ଆସି ପଡୁଥିବାର ନଜିର ରହିଛି। ଗତ ୨ ବର୍ଷ ତଳେ ଗୋପାଳପୁର ବେଳାଭୂମିର ପ୍ରାୟ ୨ କିମି ଅଞ୍ଚଳରେ ଗୋଟିଏ ଦିନରେ ଶତାଧିକ ମଲା କଇଁଛ ପଡ଼ି ରହିଥିଲା। ବନ ବିଭାଗ ଜାଣିବା ପରେ ଏହାକୁ ବେଳାଭୂମିରେପୋତି ଦିଆଯାଇଥିଲା। ଏଣୁ କଇଁଛ ଙ୍କ ସୁରକ୍ଷା ନିମନ୍ତେ ବନବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ସାଧାରଣରେ ମତପ୍ରକାଶ ପାଇଛି।
Comments are closed.