www.samajalive.in
Sunday, December 7, 2025
23.1 C
Bhubaneswar

୩୧ ଓ ୧ ତାରିଖରେ ଗୋପାଳପୁରକୁ ପର୍ଯ୍ୟଟକଙ୍କୁ ନାଁ

ଗୋପାଳପୁର: ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ଦୁଇଦିନ ପାଇଁ ଗୋପାଳପୁର ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ନା କରାଯିବ ବୋଲି ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। କରୋନା ସଂକ୍ରମଣ ପ୍ରତିହିତ କରିବା ନିମନ୍ତେ ଆଜି ଯାଏଁ ଟିକା ଆସି ନ ଥିବା ସହ ବ୍ରିଟେନ ଷ୍ଟେନ ନେଇ ସତର୍କତା ଅବଲମ୍ବନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ ଶତାଧିକ ପର୍ୟ୍ୟଟକ ସମେତ ଅଞ୍ଚଳବାସୀ ବୁଲିବାକୁ ଆସିବା ସମ୍ଭାବନା ରହିଥିବା ବେଳେ ଗୋଟିଏ ସ୍ଥାନରେ ଶତାଧିକ ଜମା ହେଲେ କରୋନା ସଂକ୍ରମଣ ଭୟ ରହିଥିବାରୁ ଏହିପରି ପଦକ୍ଷେପ ଗ୍ରହଣ କରାଯାଉଥିବା ଶ୍ରୀ କୁଲାଙ୍ଗେ ସୂଚନା ଦେଇଛନ୍ତି।

ଏହାସହ ଆସନ୍ତା ୩ ତାରିଖରୁ କୋଭିଡ ନିୟମ ପାଳନ କରାଯାଇ ଗଞ୍ଜାମର ଆରାଧ୍ୟା ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥିବା ସହ ଏନେଇ ମଙ୍ଗଳବାର ଜିଲ୍ଲାପାଳଙ୍କ ପକ୍ଷରୁ ଆୟୋଜନ ହେବାକୁ ଥିବା ସମ୍ବାଦଦାତା ସମ୍ମିଳନୀରେ ଘୋଷଣା କରାଯିବ ବୋଲି ଜଣାପଡିଛି। ଆଜି ଜିଲ୍ଲାପାଳ ତାରାତାରିଣୀ ମନ୍ଦିର ଗସ୍ତ କରି ଟ୍ରଷ୍ଟି ସଦସ୍ୟ, ମନ୍ଦିର ପୂଜକଙ୍କ ସହ ଆଲୋଚନା କରିଥିବା ଜଣାପଡିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories