ନୂଆଦିଲ୍ଲୀ: ଜମାଇକାର ଟୋନୀ ଏନ୍ ସିଂହ ବିଶ୍ୱ ସୁନ୍ଦରୀ-୨୦୧୯ର ମୁକୁଟ ନିଜ ନାଁ’ରେ କରିଛନ୍ତି। ଶନିବାର ଲଣ୍ଡନରେ ଆୟୋଜିତ ବିଶ୍ୱ ସୁନ୍ଦରୀ-୨୦୧୯ କାର୍ଯ୍ୟକ୍ରମରେ ଟୋନୀ ୧୨୦ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ମୁକୁଟ ପିନ୍ଧିଛନ୍ତି। ପୂର୍ବତନ ବିଶ୍ୱ ସୁନ୍ଦରୀ ଭନେସା ପୋନ୍ସ ଟୋନୀଙ୍କୁ ବିଜେତା ମୁକୁଟ ପିନ୍ଧାଇଛନ୍ତି।

ଅନ୍ୟପକ୍ଷରେ ଫ୍ରାନ୍ସର ଓଫେଲୀ ମେଜିନୋ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥିବା ବେଳେ ଭାରତର ରାଜସ୍ଥାନ ନିବାସୀ ସୁମନ ରାଓ ଏହି ପ୍ରତିଯୋଗୀତାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ପୂର୍ବରୁ ଜୁନ୍ରେ ଅନୁଷ୍ଠିତ ହୋଇଥିବା ମିସ୍ ଇଣ୍ଡିଆ-୨୦୧୯ର ମଧ୍ୟ ସୁମନ ବିଜେତା ଥିଲେ। ଖୁବ୍ଶୀଘ୍ର ସୁମନ୍ ବଲିଉଡ଼ରେ ପାଦ ଥାପି ପାରନ୍ତି ବୋଲି ଶୁଣିବାକୁ ମିଳୁଛି।

ସୂଚନାଯୋଗ୍ୟ, ବିଶ୍ୱ ସୁନ୍ଦରୀ ଟୋନୀ ଫ୍ଲୋରିଡ଼ା ଷ୍ଟେଟ୍ ୟୁନିଭର୍ସିଟିରେ ମନୋବିଜ୍ଞାନ ଛାତ୍ରୀ।

ଭବିଷ୍ୟତରେ ସେ ଜଣେ ଡାକ୍ତର ହେବାର ଆଶା ରଖିଛନ୍ତି। ଟୋନୀ ଛାତ୍ର ନେତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।



