www.samajalive.in
Thursday, December 11, 2025
14.1 C
Bhubaneswar

ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ରୁପିନ୍ଦର ଓ ବୀରେନ୍ଦ୍ର ଲାକ୍ରା

ନୂଆଦିଲ୍ଲୀ : ଭାରତୀୟ ହକି ଦଳର ତାରକା ଖେଳାଳି ତଥା ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଦଳର ରୁପିନ୍ଦର ପାଲ ସିଂହ ଏବଂ ବୀରେନ୍ଦ୍ର ଲାକ୍ରା ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ଦିନ ଉଭୟ ରୁପିନ୍ଦର ଏବଂ ଲାକ୍ରା ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି।

ପ୍ରଥମେ ରୁପିନ୍ଦର ଏକ ଟ୍ୱିଟର ପୋଷ୍ଟ ମାଧ୍ୟମରେ ଅବସର ଘୋଷଣା କରିଥିଲେ ଏବଂ ଏକ ଘଣ୍ଟା ପରେ ହକି ଇଣ୍ଡିଆ ବୀରେନ୍ଦ୍ର ଲାକ୍ରାଙ୍କ ଅବସର ବିଷୟରେ ସୂଚନା ଦେଇଥିଲା।

- Advertisement -

୩୦ ବର୍ଷ ବୟସ୍କ ରୁପିନ୍ଦର ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ଅବସର ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ଗତ କିଛି ମାସ ମୋ ଜୀବନର ସର୍ବୋତ୍ତମ ଦିନ ଥିଲା। ମୋ ସାଥୀଙ୍କ ସହ ଟୋକିଓର ପୋଡିୟମରେ ଠିଆ ହେବା ମୋ ଜୀବନର ସବୁଠାରୁ ସୁନ୍ଦର ମୁହୂର୍ତ୍ତ ଥିଲା ଏବଂ ମୁଁ ଏହାକୁ କେବେବି ଭୁଲି ପାରିବି ନାହିଁ ।

ସେ ଆହୁରି ଲେଖିଛନ୍ତି, ‘ମୁଁ ବିଶ୍ୱାସ କରେ ଯେ ଏହି ସମୟ ହେଉଛି ଯୁବ ଏବଂ ପ୍ରତିଭାଶାଳୀ ଖେଳାଳିଙ୍କୁ ସୁଯୋଗ ଦେବା, ଯାହାଦ୍ୱାରା ସେମାନେ ମଧ୍ୟ ଭାରତକୁ ପ୍ରତିନିଧିତ୍ୱ କରୁଥିବା ଗତ ୧୩ ବର୍ଷରେ ମୁଁ ଯାହା ଅନୁଭବ କରିଛି ତାହା ଅନୁଭବ କରିପାରିବେ।’

ରୁପିନ୍ଦର ୨୦୦୮ ମସିହାରେ ଡେବ୍ୟୁ କରିବା ପରେ ନିଜ କ୍ୟାରିୟରରେ ଭାରତ ପାଇଁ ୨୨୩ ମ୍ୟାଚ୍ ଖେଳିଛନ୍ତି ଏବଂ ଏହି ସମୟ ମଧ୍ୟରେ ୧୧୯ ଗୋଲ୍ ସ୍କୋର କରିଛନ୍ତି।

ସେହିପରି ୩୧ ବର୍ଷ ବୟସ୍କ  ବୀରେନ୍ଦ୍ର ଲାକ୍ରା ୨୦୧ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ଲାକ୍ରା ଭାରତୀୟ ହକି ଟିମର ତାରକା ଡିଫେଣ୍ଡର ଥିଲେ। ସେ ଦୁଇଥର ଭାରତ ପକ୍ଷରୁ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଛନ୍ତି। ସେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତୀୟ ଦଳ ପାଇଁ ଖେଳିଥିବା ବେଳେ ୨୦୧୬ରେ ଅଲିମ୍ପିକ୍ସ ପାଇଁ ଚୟନ ହୋଇଥିଲେ ହେଁ ଆହତ କାରଣରୁ ଖେଳି ନଥିଲେ। ତେବେ ୨୦୨୧ ଟୋକିଓ ଅଲିମ୍ପିକ୍ସ ପାଇଁ ତାଙ୍କୁ ଭାରତୀୟ ଦଳରେ ସାମିଲ୍‌ କରାଯାଇଥିଲା। ସେ ମଧ୍ୟ ଅଲିମ୍ପିକ୍ସରେ ଭାରତୀୟ ଦଳର ଉପ-ଅଧିନାୟକ ଭାବେ ନିଯୁକ୍ତି ପାଇଥିଲେ। ଭାରତୀୟ ହକି ପ୍ରତି ବୀରେନ୍ଦ୍ରଙ୍କ  ଅତୁଳନୀୟ ଅବଦାନ ରହିଛି।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories