www.samajalive.in
Tuesday, December 9, 2025
26.1 C
Bhubaneswar

ମହାନଦୀ ସେତୁ ନୂଆ ସଡକ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଜନଶୁଣାଣି ଶେଷ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁକୁ ସଂଯୋଗ ପାଇଁ ପୁରୁଣାକଟକଠାରୁ ଖରଶଙ୍କୁଲେଇ ପର୍ଯ୍ୟନ୍ତ ଏକ ନୂଆ ସଡକ ନିର୍ମାଣ ପାଇଁ ଗୁରୁବାର ପୁରୁଣାକଟକ କଲ୍ୟାଣ ମଣ୍ଡପରେ ବୌଦ୍ଧ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ପର୍ଯ୍ୟାୟ ଜନଶୁଣାଣି ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଅଶ୍ୱିନୀ ମେହେର, ହରଭଙ୍ଗା ତହସିଲଦାର ଶମ୍ଭୁଭୁଷଣ ମିଶ୍ର, ହରଭଙ୍ଗା ବିଡିଓ ସୁବାଷ ଯାନୀ, ପୁରୁଣାକଟକ ପୂର୍ତ ବିଭାଗ ଯନ୍ତ୍ରୀ ଚୈତନ୍ୟ ଦେହୁରୀ, ସର୍ଭେ ସଂସ୍ଥା ସପନା, ବୌଦ୍ଧ ଜମି ଅଧିଗ୍ରହଣ ଅଧିକାରୀ ଅମୂଲ୍ୟ କୁମାର ସାହୁ, ପିତାମ୍ବରପୁର ସରପଞ୍ଚ ଗୀତାଞ୍ଜଳି ସେଠି ସମେତ କାନପୁର, ପିତାମ୍ବରପୁର, ଫୁଲଝରୀ, ଈନ୍ଦ୍ରପୁର, ରାଜିଂ, ପୁରୁଣାକଟକ ଏବଂ ଜିରାଡ ଭଳି ୭ଟି ଗ୍ରାମର ଗ୍ରାମବାସୀ ଯୋଗଦାନ କରିଥିଲେ। ବୈଠକରେ ପୁରୁଣାକଟକଠାରୁ ଧଳପୁର ମହାନଦୀ ପୋଲକୁ ସଂଯୋଗ ପାଇଁ ଏକ ନୂଆ ସଡକ ନିର୍ମାଣ ସମ୍ପର୍କରେ ଲୋକଙ୍କ ସହିତ ପ୍ରଶାସନିକ ଅଧିକାରୀଙ୍କ ସିଧାସଳଖ ଆଲୋଚନା ହୋଇଥିଲା। ଏଥିରେ ଗାଁ ଲୋକେ ପୂର୍ଣ୍ଣ ସହମତି ପ୍ରକାଶ କରିବା ସହିତ କ୍ଷତିଗ୍ରସ୍ତ ଲୋକେ ଜମି ମୂଲ୍ୟାଙ୍କନ ବୃଦ୍ଧି ପାଇଁ ସେମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସୂଚନା ଥାଉ କି, ଆଠମଲ୍ଲିକ- ଧଳପୁର ମହାନଦୀ ବ୍ରିଜକୁ ସିଧାସଳଖ ସଂଯୋଗ ପାଇଁ ପୁରୁଣାକଟକ ଠାରୁ ଭାୟା କାନପୁର-ପିତାମ୍ବରପୁର-ଫୁଲଝରୀ-ଇନ୍ଦ୍ରପୁର-ରାଜିଂ-ଜିରାଡ-ଟଭାପଦର- ଚନ୍ଦ୍ରଶେଖରପୁର-ପଲଶାକୁଟୁଣି-ସାକୁଶିଙ୍ଗା-ପରମାନନ୍ଦପୁର- ଖରଶଙ୍କୁଲେଇ ପର୍ଯ୍ୟନ୍ତ ଦୀର୍ଘ ୧୧.୩୨୮ କିଲୋମିଟରର ନୂଆ ସଡକ ପୂର୍ତବିଭାଗ ଦ୍ୱାରା ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ସରିଛି। ନୂଆ ସଡକ ନିର୍ମାଣ ପାଇଁ ସମୁଦାୟ ୯୨ ଏକର ଜମି ଅଧିଗ୍ରହଣ ଆବଶ୍ୟକତା ରହିଛି। ସେଥିରୁ ୬୩ ଏକର ବେସରକାରୀ ଏବଂ ୨୯ ଏକର ସରକାରୀ ଜମି ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ପଡୁଛି। ଉକ୍ତ ରାସ୍ତା ଉପରେ ୧୩ ଗ୍ରାମବାସୀ ରହିଥିବାବେଳେ ୧୨ଟି ଗାଁ ଲୋକଙ୍କ ୬୩ ଏକର ବେସରକାରୀ ଏବଂ କେବଳ ଜିରାଡ ଗ୍ରାମର ସରକାରୀ ଜମିଅଧିଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ସେଥିପାଇଁ ଆଜି ଦ୍ୱିତୀୟ ଦଫାରେ କାନପୁର, ପିତାମ୍ବରପୁର, ଫୁଲଝରୀ, ଈନ୍ଦ୍ରପୁର, ରାଜିଂ, ପୁରୁଣାକଟକ ଏବଂ ଜିରାଡ ଭଳି ସାତଗୋଟି ଗାଁ ଲୋକଙ୍କୁ ନେଇ ଜନଶୁଣାଣି ଶେଷ ହୋଇଛି। ରାସ୍ତାନିର୍ମାଣ ପାଇଁ ସବୁ ଗାଁ ଲୋକଙ୍କ ପୂର୍ଣ୍ଣ ସହମତି ମିଳିଥିବାରୁ ଅତିଶୀଘ୍ର ନୂଆ ସଡକ ନିର୍ମାଣ ପାଇଁ ବାଟ ଫିଟିଛି। ତୁରନ୍ତ ରାସ୍ତା ନିର୍ମାଣ ପାଇଁ ସରକାରୀ ଖସଡା ପ୍ରସ୍ତୁତ ହେବ ବୋଲି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।

- Advertisement -

 

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories