www.samajalive.in
Saturday, December 13, 2025
17.1 C
Bhubaneswar

ଧାନ ଫସଲକୁ ବନ୍ୟପ୍ରାଣୀ ଦାଉରୁ ରକ୍ଷା ପାଇଁ ମଞ୍ଚାରେ ବିତୁଛି ଚାଷୀଙ୍କ ରାତି

ଝୁମ୍ପୁରା: ଝୁମ୍ପୁରା ବ୍ଲକରେ ଜଳସେଚନର ବିଶେଷ ସୁବିଧା ନଥିବାରୁ ଚାଷୀମାନେ ବର୍ଷା ପାଣି ଉପରେ ନିର୍ଭର କରି ଧାନ ଫସଲ କରିଥାନ୍ତି। ଧାନ ଫସଲରୁ ଯାହା ଅମଳ ହୁଏ ସେଥିରେ ଚାଷୀମାନେ ବର୍ଷକ ସାର ଖାଇବା ସହିତ କିଛି ଧାନକୁ ବିକ୍ରି କରି ତେଲ ଲୁଣ କରିଥାଆନ୍ତି। କିନ୍ତୁ ବନାଞ୍ଚଳ ଗ୍ରାମଗୁଡିକରେ ବସବାସ କରୁଥିବା ଚାଷୀମାନଙ୍କ ଚାଷକୁ ବନ୍ୟପ୍ରାଣୀ ଆସି ଖାଇ ଯାଉଥିବାରୁ ଚାଷୀମାନେ ଧାନ ଫସଲକୁ ରକ୍ଷା କରିବା ପାଇଁ ଧାନ କ୍ଷେତ ନିକଟରେ ରହିଥିବା ଗଛ ଉପରେ ମଞ୍ଚାବାନ୍ଧି ତା’ଉପରେ ରାତ୍ରି ଯାପନ କରୁଛନ୍ତି। ଝୁମ୍ପୁରା ବ୍ଲକ କୁଟୁଗାଁ, ବସନ୍ତପୁର, ମାଲଦା, ନୟାଗଡ, ନିଶ୍ଚିନ୍ତପୁର ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ବର୍ତ୍ତମାନ ଚାଷୀଙ୍କ ଧାନ ଫୁଟି ସାରି ପାଚିବା ଆରମ୍ଭ କରି ଦେଇଛି ଏହି ସମୟରେ ଜଙ୍ଗଲରେ ରହୁଥିବା ହାତୀ, ବାର୍ହା ଠାରୁ ଆରମ୍ଭ କରି ଅନ୍ୟ ବନ୍ୟପ୍ରାଣୀମାନେ ପାଚିଲା ଧାନ କ୍ଷେତକୁ ମାଡି ଆସି ଖାଇ ଯାଉଛନ୍ତି। ଚାଷୀମାନେ ମୁଣ୍ଡର ଝାଳ ତୁଣ୍ଡରେ ମାରି ଧାନକୁ ଫଳାଇଛନ୍ତି କିନ୍ତୁ ବନ୍ୟ ପ୍ରାଣୀମାନେ ଉକ୍ତ ଧାନ ଫସଲକୁ ଖାଇ ଯାଉଥିବାରୁ ଚାଷୀମାନେ ନିଜ ଜୀବନକୁ ବାଜି ଲଗାଇ ଗଛ ଉପରେ ମଞ୍ଚାକରି ଧାନ ଫସଲକୁ ବନ୍ୟପ୍ରାଣୀ ଠାରୁ ରକ୍ଷା କରିବା ପାଇଁ ଦଳବଧ ହୋଇ ମଞ୍ଚାରେ ଜଗି ରହୁଛନ୍ତି। ଅନେକ ସମୟରେ ଚାଷୀ ମାନେ ମଞ୍ଚାରେ ଶୋଇଥିବା ବେଳେ ତର ତର ହୋଇ ମଞ୍ଚାରୁ ଓହ୍ଲାଇବା ସମୟରେ ପଡିଯାଇ ଖଣ୍ଡିଆ ଖାବରା ହେବା ଡାକ୍ତରଖାନାକୁ ଆସିବାର ନଜିର ମଧ୍ୟ ରହିଛି। କିଛିଦିନ ତଳେ ନୟାଗଡ ପଞ୍ଚାୟତର ଜଣେ ଚାଷୀ ପାଚିଲା ଧାନକୁ ରକ୍ଷା କରିବା ନିମନ୍ତେ ମଞ୍ଚାରେ ଶୋଇଥିଲେ। ସେ ଭୋର ସମୟରେ ମଞ୍ଚାରୁ ଓହ୍ଲାଇ ଘରକୁ ଆସୁଥିବା ସମୟରେ ହାତୀ ସହିତ ମୁହିଁ ମୁହିଁ ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଚାଷୀମାନେ ଜୀବନକୁ ବାଜି ଲଗାଇ ବନ୍ୟପ୍ରାଣୀ ଦାଉରୁ ମଞ୍ଚାରେ ଶୋଉଥିବାରୁ ବନବିଭାଗ ତରଫରୁ ବନ୍ୟପ୍ରାଣୀଙ୍କୁ ଘୋଉଡାଇବା ପାଇଁ ଆଲୋକର ବ୍ୟବସ୍ଥା କଲେ ଚାଷୀଙ୍କ ଜୀବନ ପ୍ରତି ବିପଦ ରହନ୍ତା ନାହିଁ ବୋଲି ଚାଷୀମାନଙ୍କ ମଧ୍ୟରେ ମତ ପ୍ରକାଶ ପାଉଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories