www.samajalive.in
Saturday, December 13, 2025
14.1 C
Bhubaneswar

ପୂର୍ତ୍ତ ବିଭାଗ ରାସ୍ତାର ଖାଲକୁ ସମତୁଲ କଲେ ଗ୍ରାମବାସୀ

ଝୁମ୍ପୁରା: କେନ୍ଦୁଝର ଜିଲାର ବାଉଁଶୂଳିଠାରୁ ସାତ କୁଟୁଣିଆଁ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଅନେକ ସ୍ଥାନରେ ଖାଲ ଖମା ହୋଇ ଯାଇଛି। ଏହି ରାସ୍ତାର ବାରିଆ ଉଚ୍ଚ ବିଦ୍ୟାଳୟ ନିକଟରେ ଅଧିକ ଖାଲ ହୋଇଥିବାରୁ ଅନେକ ସମୟରେ ଏହି ସ୍ଥାନରେ ଛୋଟମୋଟ ଦୁର୍ଘଟଣା ଘଟି ଆସୁଛି। ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀ ବିଭାଗକୁ ଅବଗତ କରିଥିଲେ କିନ୍ତୁ ବିଭାଗ ଏହି ଖାଲକୁ ସମତୁଲ କରିବା ଦିଗରେ ଆଗ୍ରହ ପ୍ରକାଶ କରିନଥିବାରୁ ଏଠାରେ ଦିନକୁ ଦିନ ଦୁର୍ଘଟଣା ବଢିଚାଲିଥିବାରୁ ଏହି ଗ୍ରାମର ଯୁବ ସମାଜସେବୀ ପରେଶ କୁମାର ବାରିକ ନିଜସ୍ୱ ଉଦ୍ୟମରେ ଗ୍ରାମର କିଛି ଯୁବକମାନଙ୍କୁ ଏକତ୍ରିତ କରି ଦୁର୍ଘଟଣାକୁ ଏଡାଇବା ନିମନ୍ତେ ରାସ୍ତାରେ ହୋଇଥିବା ଖାଲକୁ ମାଟି ଆଣି ସମତୁଲ କରିଥିବା ଦେଖିବାକୁ ମିଳିଛି। ବାରିଆ ଉଚ୍ଚ ବିଦ୍ୟାଳୟ ନିକଟରେ ହୋଇଥିବା ଖାଲରେ ଅନେକ ସମୟରେ ଦୁଇ ଚକିଆ ଗାଡି ଠାରୁ ଆରମ୍ଭ କରି ଯାତ୍ରୀବାହୀ ଗାଡି ସାଇକଲ ଆରୋହୀ ଏପରିକି ସ୍କୁଲ କଲେଜକୁ ଯାଉଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଦୁର୍ଘଟଣାର ଶିକାର ହେଉଥିଲେ। ଯୁବ ସମାଜସେବୀ ପରେଶ ବାରିକ ରାସ୍ତା ସମତୁଲ କରୁଥିବାର ଦେଖି ଗ୍ରାମର ଯୁବକ ଟୁଲୁ, ସଂଜିବ, ଅଶିନୀ ଠାରୁ ଆରମ୍ଭ ଗ୍ରାମର ଅନ୍ୟ ଭନ୍ଦ୍ରବ୍ୟକ୍ତିମାନେ ମାନବିତା ଦେଖାଇ ହାତରେ ଝୁଡି, କୋଦାଳି ଧରୀ ଖାଲକୁ ସମତୁଲ କରିଛନ୍ତି। ସମାଜସେବୀ ବାରିକଙ୍କ ଏହି କାର୍ଯ୍ୟକୁ ଗ୍ରାମବାସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଦୁଃଖି ଦରିଦ୍ରମାନଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଥିଲେ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories