ଏହି ରାଶି ବ୍ୟକ୍ତି ମାନଙ୍କର ହେବ ମନୋସ୍କାମନା ପୂର୍ଣ୍ଣ: ସାପ୍ତାହିକ ରାଶିଫଳ

ମେଷ: ରବିବାର ମଧ୍ୟମଫଳ ଲାଭ କରିବେ। ସୋମବାର ଓ ମଙ୍ଗଳବାର କର୍ମ ଅନୁରାଗୀ ହେବେ। ଦୂରଯାତ୍ରା କରିପାରନ୍ତି। ବୁଧବାର ଓ ଗୁରୁବାର ସମସ୍ୟା ସମାଧାନରେ ବ୍ରତୀ ହେବେ। ନୂତନ ନିଯୁକ୍ତି ମିଳିପାରେ। ଆୟ ବୃଦ୍ଧି ହେବ। ଶୁକ୍ରବାର ଓ ଶନିବାର ମାନସିକ ଅବସାଦ ଦେଖାଦେବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ମହିଳା ଓ ବିଦ୍ୟାର୍ଥୀ ଯଶ ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ବଜରଙ୍ଗ ବାଣ ପାଠ କରନ୍ତୁ।
ବୃଷ: ରବିବାର ଶାରୀରିକ ଅସୁସ୍ଥତା ଦେଖାଦେବ। ସୋମବାର ଓ ମଙ୍ଗଳବାର ପରୋପକାରୀ ହେବେ। ପାରିବାରିକ ଶାନ୍ତିଲାଭ ହେବ। ବୁଧବାର ଓ ଗୁରୁବାର ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ଭ୍ରମଣ ଯୋଗ ସୃଷ୍ଟି ହେବ। ଶୁକ୍ରବାର ଓ ଶନିବାର ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। କାର୍ଯ୍ୟ କ୍ଷେତ୍ରରେ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ରୁଦ୍ରାଷ୍ଟକ ପାଠ କରନ୍ତୁ।
ମିଥୁନ: ରବିବାର ପ୍ରେମରେ ସଫଳତା ଲାଭ କରିବେ। ସୋମବାର ଓ ମଙ୍ଗଳବାର ଅସୁବିଧା ସୃଷ୍ଟିହେବ। ବୁଧବାର ଓ ଗୁରୁବାର ଦୂରଯାତ୍ରା କରିପାରନ୍ତି। ବନ୍ଧୁଙ୍କ ସହଯୋଗପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର କାର୍ଯ୍ୟ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ। ଯଶ, ମାନ, ଗୌରବର ଅଧିକାରୀ ହୋଇପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।
କର୍କଟ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଆପଣଙ୍କୁ ସଫଳତା ପ୍ରଦାନ କରିବ। ନୂତନ ଜମିବାଡ଼ି କ୍ରୟ କରିପାରନ୍ତି। ସାମାଜିକ ପ୍ରତିଷ୍ଠା ଲାଭ ହେବ। ବୁଧବାର ଓ ଗୁରୁବାର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଶୁକ୍ରବାର ଓ ଶନିବାର ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ବନ୍ଧୁବାନ୍ଧବଙ୍କ ଗହଣରେ ସମୟ କଟିବ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ଭୁବନେଶ୍ବରୀଙ୍କ ମନ୍ତ୍ର ଜପ କରନ୍ତୁ।
ସିଂହ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ଶାନ୍ତି ଲାଭ ହେବ। ପରମ୍ପରାବାଦୀ ହେବେ। ବୁଧବାର ଓ ଗୁରୁବାର ସୁସମ୍ବାଦ ପ୍ରାପ୍ତିହେବ। ଶୁକ୍ରବାର ଓ ଶନିବାର ଯାନବାହନ ଜନିତ ସମସ୍ୟା ଦେଖାଦେବ। ଶତ୍ରୁ ବୃଦ୍ଧି ହେବେ। ମହିଳା ଓ ବିଦ୍ୟାର୍ଥୀ କର୍ମ ତତ୍ପର ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ ଓ ଗରିବଙ୍କୁ ଅନ୍ନଦାନ କରନ୍ତୁ।
କନ୍ୟା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଅସୁବିଧାର ସମ୍ମୁଖୀନ ହେବେ। ଭାବିଚିନ୍ତି କାର୍ଯ୍ୟ କରିବା ଉଚିତ୍‌। ବିପଦରେ ପଡ଼ିପାରନ୍ତି। ବୁଧବାର ଓ ଗୁରୁବାର କର୍ମ ଅନୁସାରେ ଫଳପ୍ରାପ୍ତି ହେବ। ଦେବଦର୍ଶନରେ ଆନନ୍ଦ ଲାଭ କରିବେ। ଶୁକ୍ରବାର ଓ ଶନିବାର ଲାଭବାନ ହେବେ। ଆୟୁ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପ୍ରାପ୍ତିହେହେବ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଗଣେଶଙ୍କ ମନ୍ତ୍ର ପାଠ କରନ୍ତୁ।
ତୁଳା: ରବିବାର ସଫଳତା ପ୍ରାପ୍ତ ହେବ। ସମବାୟ ଭିତ୍ତିରେ କୌଣସି କାର୍ଯ୍ୟ କରୁଥିଲେ ସଫଳତା ଲାଭ କରିବେ। ସୋମବାର ଓ ମଙ୍ଗଳବାର ସାବଧାନତା ଲୋଡ଼ା। ଶାରୀରିକ ଅସୁସ୍ଥତା ଦେଖାଦେବ। ବ୍ୟୟ ଅଧିକ ହେବ। ବୁଧବାର ଓ ଗୁରୁବାର ବନ୍ଧୁଙ୍କ ସହଯୋଗ ଲାଭହେବ। ଶୁକ୍ରବାର ଓ ଶନିବାର ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ ଲକ୍ଷ୍ମୀଙ୍କର ପୂଜା କରନ୍ତୁ।
ବିଛା: ରବିବାର ଶତ୍ରୁ ଦ୍ବାରା ପରାଭୂତ ହେବେ। ଅଯଥା ଅପବାଦର ସମ୍ମୁଖୀନ ହେବେ। ସେମାବାର ଓ ମଙ୍ଗଳବାର ସୁସମ୍ବାଦ ପ୍ରାପ୍ତ କରିବେ। ବୁଧବାର ଓ ଗୁରୁବାର ମାନସିକ ଅବସାଦ ଦେଖାଦେବ। କର୍ମବନ୍ଧନ ଯୋଗ ସୃଷ୍ଟିହେବ। ଶୁକ୍ରବାର ଓ ଶନିବାର ମନନଶୀଳ ହେବେ। ଆର୍ଥିକ ଚିନ୍ତା ଦୂରୀଭୂତ ହେବ। କାର୍ଯ୍ୟବ୍ୟସ୍ତତା ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।
ଧନୁ: ରବିବାର ଶ୍ରୀଯୁକ୍ତ ହେବେ। ସୋମବାର ଓ ମଙ୍ଗଳବାର ବିବାଦରେ ପଡ଼ିପାରନ୍ତି। ବାକ୍‌ ସଂଯମତା ରକ୍ଷା କରିବା ଉଚିତ୍‌। ବୁଧବାର ଓ ଗୁରୁବାର ପାରିବାରିକ ଆନନ୍ଦ ଲାଭ ହେବ। ପିଲାଙ୍କ ପାଠପଢ଼ା ପ୍ରତି ଯତ୍ନଶୀଳ ହେବେ। ଶୁକ୍ରବାର ଓ ଶନିବାର ପ୍ରତିଯୋଗିତାରେ ବିଜୟୀ ହେବେ। ତର୍କଦ୍ବାରା ଶତ୍ରୁକୁ ପରାସ୍ତ କରିବେ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀନାରାୟଣ କବଚ ପାଠ କରନ୍ତୁ।
ମକର: ରବିବାର କର୍ମକ୍ଷେତ୍ରରେ ସାମାନ୍ୟ ତ୍ରୁଟି ହେତୁ ଭତ୍ସିତ ହେବେ। ସୋମବାର ଓ ମଙ୍ଗଳବାର ସଫଳତା ଲାଭ ହେବ। ବୁଧବାର ଓ ଗୁରୁବାର ପ୍ରଗତିରେ ପଥରୋଧ ହେବ। ଚିଡ଼ିଚିଡ଼ା ସ୍ବଭାବ ପରିଲକ୍ଷିତ ହେବ। ଶୁକ୍ରବାର ଓ ଶନିବାର ଅର୍ଥନୈତିକ ଅନିୟମିତତା ଦୂରୀଭୂତ ହେବ। ନୂତନ ଦାୟିତ୍ବ ଗ୍ରହଣ କରିବେ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
କୁମ୍ଭ: ରବିବାର କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବେ। କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ସୋମବାର ଓ ମଙ୍ଗଳବାର ସାବଧାନତା ଅବଲମ୍ବନ କରନ୍ତୁ। ବୁଧବାର ଓ ଗୁରୁବାର କର୍ମ ଅନୁରୂପ ଫଳପ୍ରାପ୍ତ ହେବ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ଶୁକ୍ରବାର ଓ ଶନିବାର ଜଗିରଖି ଚଳନ୍ତୁ। ସାମାନ୍ୟ ଆଘାତ ଲାଗିପାରେ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ଦକ୍ଷିଣକାଳୀଙ୍କୁ ପୂଜା କରନ୍ତୁ।
ମୀନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ବଦଳି ଯୋଗ ସୃଷ୍ଟିହେବ। ପିଲାଙ୍କ କ୍ୟାରିୟରକୁ ନେଇ ଯତ୍ନଶୀଳ ହେବେ। ବୁଧବାର ଓ ଗୁରୁବାର ଅଯଥା କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ। ପିତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହେବେ। ଶୁକ୍ରବାର ଓ ଶନିବାର ଶ୍ରୀଯୁକ୍ତ ହେବେ। ଆୟ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀନାରାୟଣ କବଚ ପାଠ କରି ଅନ୍ନଦାନ କରନ୍ତୁ।

Comments are closed.