ଦେବଗିରୀ ଜଙ୍ଗଲରେ ନିଆଁ
କଲମପୁର: ସଂଧ୍ୟା ହେଲେ ଜଙ୍ଗଲରେ ଲାଗିଥିବା ନିଆଁ ଦେଖିଲେ ମନେ ହୁଏ ସତେଯେମିତି କୌଣସି ଏକ ଉତ୍ସବ ପାଇଁ ଆଲୋକମାଳାରେ ସଜ୍ଜିତ ହେଇଛି। ତେଣୁ ସାଧାରଣରେ ଛୁଆମାନଙ୍କୁ ସେହି ଜଙ୍ଗଲ ନିଆଁକୁ ଦେଖାଇ କହନ୍ତି ହେଇ ଦେଖରେ ମାଙ୍କଡର ବାହା। ଏହି ମାଙ୍କଡ ବାହାରେ ସ୍ୱାହା ହେଉଛି ହେକ୍ଟର ହେକ୍ଟର ଜଙ୍ଗଲ।
ଥୁଆମୁଳ ରାମପୁର ବନାଂଚଳ ଅଧିନସ୍ଥ ସିଙ୍ଗାରୀ ଏବଂ ଦେବଗିରୀ ସଂରକ୍ଷିତ ଜଙ୍ଗଲ।
ଏହି ସଂରକ୍ଷିତ ଜଙ୍ଗଲ ଗୋଟିଏପଟେ କର୍ସାପାଟ ଅଭୟାରଣ୍ୟ ଏବଂ ଘନା ଜଙ୍ଗଲ ସହ ସଂଯୋଗ ହେଇଛି। କଲମପୁର ଏବଂ ଥୁଆମୁଳ ରାମପୁର ଅଂଚଳର ବର୍ଷାକୁ ଏହି ଜଙ୍ଗଲ ଆମନ୍ତ୍ରିତ କରିଥାଏ। ଏହି ଜଙ୍ଗଲର ଶାଳ, ପିଆଶାଳ, ଶାଗୁଆନ ଭଳି ବହୁ ମୂଲ୍ୟବାନ ଗଛ ସହ ଅନେକ ଔଷଧିୟ ବୃକ୍ଷ ରହିଥିଲା। ବାଘ, ଭାଲୁ, କୁଟୁରା, ବାରହା ସମେତ ମଟୁର ଓ ଅନ୍ୟ ବନ୍ୟ ଜନ୍ତୁଙ୍କ ସମେତ ବହୁ ପକ୍ଷୀ ରହିଥିଲେ।
କିନ୍ତୁ ଗତ ୧୦ ବର୍ଷ ମଧ୍ୟରେ ଜଙ୍ଗଲ ପୋଡି ବ୍ୟାପକ ରୁପ ଧାରଣ କରୁଥିବାରୁ ଅନେକ ମୂଲ୍ୟବାନ ଗଛ ପୋଡି ନଷ୍ଟ ହେଇ ସାରିଛି। ଯାହାରି ପ୍ରଭାବରେ ଏହି ଜଙ୍ଗଲି ଜନ୍ତୁ ଏବେ ହ୍ରାସ ପାଇ ସାରିଛି। ଜଙ୍ଗଲରେ ପାଣି ଅଭାବ ସହ ଲାଗୁଥିବା ନିଆଁରେ ଭୟଭିତ ହେଇ ବନ୍ୟ ଜନ୍ତୁ ଜନବସତି ମୁହାଁ ହେଇ ଶିକାରୀଙ୍କ କବଳରେ ଜୀବନ ହରାଇଛନ୍ତି। ଏହାସହ ମୟୁର ଭଳି ପକ୍ଷୀ ମଧ୍ୟ ନିଆଂ ଦାଉରି ବଂର୍ତି ପାରି ନାହିଁ। ଏହାସହ ଜଙ୍ଗଲ ପୋଡି ଯୋଗୁଁ ଜଙ୍ଗଲର ମିତ୍ର ଭାବେ ପରିଚିତ ବିଭିନନ କୀଟ ପତଙ୍ଗ ପୋଡି ଯାଉଛନ୍ତି। ଅନେକ ଗଛର ମଞ୍ଜି ପୋଡି ଯାଉଛି। ଯେଉଁଥିପାଇଁ ଭବିଷ୍ୟତ ଜଙ୍ଗଲ ସୃଷ୍ଟିରେ ବାଧା ଉପୁଜୁଛି। ନୁତନ ଜଙ୍ଗଲ ସୃଷ୍ଟି ହେଉନଥିବାରୁ ଜଳବାୟୁ ମଧ୍ୟ ପ୍ରଭାବିତ ହେଉଛି।
ଏକଦା କଳାହାଣ୍ଡିର ଚେରାପୁଞ୍ଜି ଭାବେ ପରିଚୟ ସୃଷ୍ଟି କରିଥିବା କଲମପୁର ଏବଂ ଥୁଆମୁଳ ରାମପୁର ଏବେ ମରୁଡି ଅଂଚଳ ଭେବା ପରିଚିତ ହେବାକୁ ଯାଉଛି। ଗତ ୧୦ ବର୍ଷ ପୂର୍ବର ବର୍ଷା ପରିମାଣର ରେକର୍ଡ ଏବଂ ବର୍ତମାନ ବର୍ଷାର ପରିମାଣକୁ ଦେଖିଲେ ଆଗାମୀ ୧୦ ବର୍ଷ ମଧ୍ୟରେ ଏହି ଅଂଚଳ ବର୍ଷା ଶୂନ୍ୟ ଅଂଚଳ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ସରକାରଙ୍କ ବନ ବିଭାଗ ତୁରନ୍ତ ଏଥିପ୍ରତି ଗୁରୁତ୍ୱ ଦେଇ ପୋଡୁ ଚାଷରେ ନିୟୋଜିତ ବନବାସୀଙ୍କ ପ୍ରତି ଦୃଢ ପଦକ୍ଷେପ ସହ ଜାଳେଣୀ ସଂଗ୍ରହକାରୀ ଏବଂ ମହୁଲ ଗୋଟାଳିଙ୍କ ପ୍ରତି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଜଙ୍ଗଲ ସମ୍ପଦ ଧଂଶ ପାଇଯିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଯାହାର ପ୍ରଭାବରେ ଜନ ଜୀବନ ପ୍ରଭାବିତ ହେବ।
Comments are closed.