ଚାରିଛକ : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଆଡେଣି ଗଡ଼ ପଞ୍ଚାୟତ ବାରିଙ୍ଗ ସାହିରେ ଆଜି ଜଣେ ଲୋକ ମହୁଲ ଗଛ ତଳେ ନିଆଁ ଲଗାଇ ଘରକୁ ଚାଲି ଯାଇଥିଲା, ହେଲେ ଘାସ କୁଟାରେ ଲାଗିଥିବା ନିଆଁ ଧୀରେ ଧୀରେ ନିଆଁ ପଣ୍ଡିତ ବେହେରାଙ୍କ ଘରେ ଲାଗିଯାଇଥିଲ। ପଣ୍ଡିତ ଜଣେ ଗରିବ ପରିବାର ହୋଇ ଥିବାରୁ ଚାଷ ବାସରୁ ଯାହା ଅମଳ କରି ରଖି ଦେଇ କାମଧନ୍ଦା ପାଇଁ ସ୍ୱାମ ସ୍ତ୍ରୀ ଆଜକୁ ମାସେ ହେବ ଘରେ ତାଲା ପକାଇ ଭୁବନେଶ୍ବର ଯାଇଥିଲେ। ଗ୍ରାମବାସୀ ନିଆଁ ଲିଭାଇବାକୁ ବହୁ ଚେଷ୍ଟା କରିଥିଲେ କିନ୍ତୁ ଘରଟି ଜଳି ଯାଇଥିଲା। ଚାରିଛକ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନି ବିପନ୍ନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Popular Categories



