www.samajalive.in
Friday, December 12, 2025
27.1 C
Bhubaneswar

ସମ୍ବଲପୁର ଜେଲ୍‍ ଯିବ ଟିଟୋ

କଟକ: କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟାର ସୟଦ ଉସମାନ୍‍ ଅଲ୍ଲୀ ଓରଫ ଟିଟୋଙ୍କୁ ସମ୍ବଲପୁର ଜେଲକୁ ପଠାଯିବ। ସେ ବର୍ତ୍ତମାନ କେନ୍ଦ୍ରାପଡା ଉପ-କାରାଗାରରେ ଜଣେ ବିଚାରଧିନ କଏଦୀ ଭାବେ ଅଛି। ଏହି ଜେଲ ଭିତରେ ରହି ଟିଟୋ ବହୁ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବାନେଇ ପୁଲିସ ହାତରେ ପ୍ରମାଣ ଲାଗିଥିବା ଜଣାପଡିଛି। ଏଠାରେ ଆଉ ଅଧିକ ଦିନ ରହିଲେ ସେ ପ୍ରମାଣ ନଷ୍ଟ କରିବାର ଯଥେଷ୍ଟ ସମ୍ବାବନା ରହିଛି। ଏହାଛଡ଼ା ତଦନ୍ତରେ ମଧ୍ୟ ବାଧା ଉପୁଜିବା ନେଇ ଆଶଙ୍କା ରହିଛି। ସେହିପରି କେନ୍ଦ୍ରାପଡ଼ାର ଅନ୍ୟତମ ଗ୍ୟାଙ୍ଗଷ୍ଟର ହାଇଦର ବର୍ତ୍ତମାନ ବଲାଙ୍ଗୀର ଜେଲ୍‍ରେ ରହିଛି। ଏ ସବୁକୁ ଦୃଷ୍ଟିରେ ଟିଟୋକୁ କେନ୍ଦ୍ରାପଡ଼ା ଉପ-କାରାଗାରରୁ ସମ୍ବଲପୁର କାରାଗାରକୁ ସ୍ଥାନାନ୍ତର କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ଜଣାପଡିଛି।
ସୂଚନାଥାଉକି, ଚଳିତବର୍ଷ ଜୁନ୍‍ ୩୦ରେ ଟିଟୋକୁ କ୍ରାଇମବ୍ରାଞ୍ଚର ଏସଟିଏଫ ଦଳ୍‍ ଚଣ୍ଡୀଖୋଲ ଅଞ୍ଚଳରେ ଏନ୍‍କାଉଣ୍ଟର କରିଥିଲା।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories